କନକ ବ୍ୟୁରୋ: ସବୁ ଆସନରେ ଲଢିବ ବିଜେଡି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡି । ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ନବୀନଙ୍କ ନେତୃତ୍ୱରେ ୩ ଚତୁର୍ଥାଂଶ ଆସନରେ ଜିତିବୁ । ନୂଆ ଓଡିଶା ଓ ସଶକ୍ତ ଓଡିଶାର ଲକ୍ଷ୍ୟ ରଖିଛୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଲକ୍ଷ୍ୟ ହାସଲ ହେବ ।
ସେହିପରି ଆଜି ବିଜେପି ବି ରାଜ୍ୟରେ ଏକାକୀ ଲଢିବା ନେଇ ସ୍ପଷ୍ଟ କରିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସ୍ପଷ୍ଟ କରିଥିଲେ । ବିଜେପି ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବୋଲି ସୂଚନା ଦେଇ ସାରିଛି । ତେବେ ଏହି ଦୁଇ ପୋଷ୍ଟ ପରେ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଦୂର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/bjd-plans-to-propagate-naveenism-to-counter-opposition-in-odisha.webp)