କନକ ବ୍ୟୁରୋ: କିଛି ସମୟ ପରେ ବସିବ ବିଜେଡି ବିଧାୟକ ଦଳ ବୈଠକ । କିଏ ହେବେ ବିରୋଧୀ ଦଳ ନେତା ସେ ନେଇ ବୈଠକରେ ନିଷ୍ପତି ନିଆଯିବ । ବୈଠକରେ ଯୋଗ ଦେବା ପାଇଁ ଜଣକ ପରେ ଜଣେ ନେତା ଶଙ୍ଖ ଭବନରେ ପହଞ୍ଚିବା ଆରମ୍ଭ କରିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ପହଞ୍ଚିଛନ୍ତି । ତାଙ୍କ ସହ ଦେବୀ ମିଶ୍ର, ସୁଲୋଚନା ଦାସ, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକଙ୍କ ଭଳି ବରିଷ୍ଠ ନେତା ଶଙ୍ଖ ଭବନରେ ପହଞ୍ଚିଛନ୍ତି ।

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯିବ । ସେପଟେ ବିରୋଧୀ ଦଳ ଉପ ନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛନ୍ତି । ସେହିପରି ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ । ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ । ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି । ତେଣୁ କେଉଁ ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ରହିବ ସେ ନେଇ ମଧ୍ୟ ଆଲୋଚନା ହେବ ।