ଖୁବଶୀଘ୍ର ଆସିବ ବିଜେଡି ପ୍ରାର୍ଥୀ ତାଲିକା । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ଧାରରେ ଉପକୂଳ ଓଡିଶା । ନବୀନ କହିଲେ, କେନ୍ଦ୍ରାପଡାରେ ୩ଦିନ ଓ ଜଗତସିଂହପୁରରେ ୭ ଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ।

କନକ ବ୍ୟୁରୋ : ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ଘୋଷଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଖୁବ୍ ଶୀଘ୍ର ବିଜେଡି ତାଲିକା ଆସିବ ବୋଲି ନବୀନ କହିଛନ୍ତି । ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜ୍ୟରେ ଆହୁରି ୧୨ ଲୋକସଭା ଓ ୯୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଏପରିକି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୯ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ବିଜେଡି ।

ଏହି ଆସନଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ବୀରମିତ୍ରପୁର, ଲୋଇସିଂହା, ଲାଞ୍ଜିଗଡ, ପଟାଙ୍ଗୀ ଓ ଫୁଲବାଣୀ । ଏହି ୯ଟି ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି । ପ୍ରଥମ ପର୍ଯ୍ୟାୟରେ ଝରିଗାଁ, ମାଲକାନଗିରି, ପଟାଙ୍ଗୀ ଓ ଲାଞ୍ଜିଗଡ ବିଧାନସଭା ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶିଷ୍ଟ ଆସନ ରହିଛି । ବିଜେପି ବର୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୮ ଲୋକସଭା ଓ ଶହେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଟିକେଟକୁ ନେଇ ସବୁ ରାଜନୈତିକ ଦଳରେ ଲାଗିରହିଛି କନ୍ଦଳ । ବିଶେଷ କରି ଟେକେଟ ଘୋଷଣା ହେବା ପରେ କିଛି ଦଳରେ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ କେଉଁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଲେ, ଜନମତ ହାସଲ କରିହେବ, ସେନେଇ ମଧ୍ୟ ଚାଲିଛି ଅଙ୍କକଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe