କନକ ବ୍ୟୁରୋ : ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ କିଣିବା ଦାବିରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଥିବା ଏଫସିଆଇ ଅଫିିସ ସମ୍ମୁଖରେ ଗଣଧାରଣା ଦିଆଯିବ ।  ଏନେଇ ବିଜେଡି ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସୂଚନା ଦେଇଛନ୍ତି ।  ବିଜେପି ସରକାର ଅଯଥା ଚାଷୀଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉତ୍ପାଦନ କରିଛି ।

Advertisment

ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିନ ଟନ ଚାଉଳ ଉଠାଇବା କଥା । ସେଥିରୁ ୨ ଲକ୍ଷ ଟନ୍ ଅରୁଆ ଚାଉଳ, ୫ ଲକ୍ଷ ଟନ୍ ଭିଟାମିନ୍ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଳକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଆଇ କିଣିବାକୁ ମନା କରୁଥିବା ଶ୍ରୀମୟୀ ମିଶ୍ର କହିଛନ୍ତି । ଓଡ଼ିଶା ୯୫ ପତିଶତ ଉଷୁନା ଉପାôଦନ କରୁଥିବା ବେଳେ ଏଫସିଆଇ ଉଷୁନା ଚାଉଳ ନ କିଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛି ବିଜେଡି ।

ସେପଟେ ମମିତା ମେହେର ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିବାକୁ ବିଜେପିର ରଣନୀତି । ମମିତା ମେହର ହତ୍ୟା ମାମଲାର ୪ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦଳ ଅଭିଯୋଗ କରିଛି  । ଏହାର ପ୍ରତିିବାଦରେ ଦଳ ଆଜି ପ୍ରତିବାଦ କରିବ । ରାଜମହଲ ଛକଠାରୁ ଦଳ ପକ୍ଷରୁ ପ୍ରତିବାଦ ସଭା ଆରମ୍ଭ ହେବ । ମମିତା ପ୍ରସଙ୍ଗକୁ ନେଇ ଅନେକ ସମୟରେ ପ୍ରତିବାଦ କରିଛି ବିଜେପି । ଏବେ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ବିଜେପି ।