କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣ ବେଳେ ବିଜେପି କର୍ମୀଙ୍କ ହୋହଲ୍ଲା । ପରିସ୍ଥିତି ଏପରି ହୋଇଥିଲା ଯେ କିଛି ସମୟ ନିରବ ରହି ଯାଇଥିଲେ ନବୀନ । ଏବେ ପ୍ରଶ୍ନ ଉଠୁଛି ରେଳମନ୍ତ୍ରୀଙ୍କ ଉପସ୍ଥିତି ଅବସରରେ ବିଜେପି କର୍ମୀଙ୍କ ଏଭଳି ଆଚରଣ କେତେ ଦୂର ଠିକ୍? କାର୍ଯ୍ୟକ୍ରମ ଥିଲା ରେଳ ଲାଇନ ସଂପ୍ରସାରଣ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଉତ୍ସବ ଓ ମୁଖ୍ୟ ଅତିଥି ଥଲେ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ।
ମଂଚ ଉପରେ ଭାଷଣ ଓ ଉଦଘାଟନ ଚାଲିଥିବାବେଳେ ମଂଚ ତଳେ ଉଭୟ ବିଜେପି ଓ ବିଜେଡି ସମର୍ଥକଙ୍କ ଚାଲିଥିଲା ନାରାବାଜି । ଏପରିକି ନବୀନ ଭାଷଣ ଦେବାକୁ ଯିବା ସମୟରେ ବିଜେପି ସମର୍ଥକଙ୍କ ନାରାବାଜିରେ କମ୍ପି ଉଠିଥିଲା ସଭାସ୍ଥଳ । ହର ହର ମୋଦି, ଭାରତ ମାତା କୀ ଜୟ ଧ୍ୱନିରେ କମ୍ପାଉଥିଲେ ବିଜେପି ସମର୍ଥକ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-