ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ । ମାର୍ଚ୍ଚ ୫ତାରିଖରେ ହିତାଧିକାରୀଙ୍କୁ ଦିଆଯିବ ଯୋଗ୍ୟତା କାର୍ଡ

Advertisment
ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ । ମାର୍ଚ୍ଚ ୫ତାରିଖରେ ହିତାଧିକାରୀଙ୍କୁ ଦିଆଯିବ ଯୋଗ୍ୟତା କାର୍ଡ

କନକ ବ୍ୟୁରୋ: ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ସରକାରଙ୍କ ୨୦ ବର୍ଷ ପୂର୍ତି ଅବସରରେ ହିତାଧିକାରୀଙ୍କୁ ଦିଆଯିବ ଯୋଗ୍ୟତା କାର୍ଡ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହା ଭଲ କଥା, କିନ୍ତୁ ହିତାଧିକାରୀ ଚୟନରେ ଅନୀୟମିତତା ହୋଇଛି । କଂଗ୍ରେସ ରାସ୍ତାଘାଟରେ ସରକାରଙ୍କୁ ଘେରିବ ବୋଲି କହିଛନ୍ତି ସୁର ରାଉତରାୟ । ସେପଟେ ବିଜେଡି ଏନେଇ ଜବାବ ରଖିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିରୋଧୀଙ୍କ କାମ ସରକାରଙ୍କୁ ସମାଲୋଚନା କରିବା, ସେମାନେ ତାଙ୍କ ପାଇଁ କାମ କରୁଛନ୍ତି । ପ୍ରକ୍ରିୟାରେ ସ୍ୱଚ୍ଚତା ଆଣିବାକୁ ଯୋଗ୍ୟତା କାର୍ଡ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପ୍ରତାପ ଦେବ ।

ଅନ୍ୟପଟେ ପକ୍କା ଘର ବଂଟନକୁ ନେଇ ବିଜେପି କହିଛି କି, ଯୋଗ୍ୟତା କାର୍ଡ ବଂଟନ ଦୁର୍ନୀତିର ନୂଆ ରାସ୍ତା ପାଇଁ ସୁପରି କଳ୍ପିତ ଯୋଜନା । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କହୁଛି ଦଳୀୟ ନେତାମାନେ ପକ୍କାଘର ଯୋଗ୍ୟତା କାର୍ଡ ବାଂଟିବେ । ତେଣୁ ସରକରାଙ୍କ କାମ ନେତା ମନ୍ତ୍ରୀ କଲେ ସ୍ୱଚ୍ଚତା ଆସିବ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଏଠାରେ ଆମେ କହି ରଖୁଛୁ କି, ଆସନ୍ତା ୫ ତାରିଖ ତଥା ମାର୍ଚ୍ଚ ୫ ତାରିଖରେ ବିଜେଡି ସରକାର ଓଡିଶାରେ ନିଜର ୨୦ ବର୍ଷର ଶାସନ ପୁରା କରିବ । ଏବଂ ବିଜେଡି ଯୁବ ଓ ମହିଳା ସଦସ୍ୟଙ୍କ ସହ ୭ଦିନ ବ୍ୟାପି ଜୟନ୍ତୀ ପାଳନ କରିବ । ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବାବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ। ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲାରେ ଜୋରଦାର ଉତ୍ସବ ପାଳନ ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାର୍ଚ୍ଚ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସରେ ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଚତା ଆଣିବାକୁ ପ୍ରୟାସ କରିଛି ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe