କିଛି ସମୟ ପରେ ଆସିବ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ସୁପ୍ରିମୋ

କିଛି ସମୟ ପରେ ଆସିବ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ସୁପ୍ରିମୋ

କନକ ବ୍ୟୁରୋ: ଆଉ ମାତ୍ର କିଛି ସମୟ ପରେ ଘୋଷଣା ହେବ ବିଜେଡିର ପ୍ରଥମ ପର୍ଯ୍ୟାୟ ଟିକେଟ । ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ତେବେ ଦିନ ୧ଟା ୫୦ମିନିଟରେ ପ୍ରାର୍ଥୀ ତାଲିକା ଘୋଷଣା କରା ହେବା ନେଇ ସୂଚନା ମିଳିଛି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ସୁପ୍ରିମୋ । ୪ ଲୋକସଭା ଓ ସଂପୃକ୍ତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ର, ଚନ୍ଦ୍ରଶେଖର ସାହୁ, କଲ୍ୟାଣୀ ଦେବୀଙ୍କୁ ଟିକେଟ ମିଳିବ ନା ଆଉ କାହାକୁ ଟିକେଟ ମିଳିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି ।

publive-image

ସେହିପରି ନବରଙ୍ଗପୁରରେ ବଳଭଦ୍ର  ମାଝୀ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ କାହାକୁ ଟିକେଟ ଦେବ ବିଜେଡି ତା ଉପରେ ସମସ୍ତଙ୍କ ନଜର ରହିଛି ।କୋରାପୁଟରୁ ଝିନ୍ନ ହିକକାଙ୍କ ପତ୍ନୀଙ୍କୁ ଟିକେଟ ମିଳୁଛି ନା ଆଉ କାହାକୁ ମିଳୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କଳାହାଣ୍ଡି ଆସନରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ ଆଗରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe