କନକ ବ୍ୟୁରୋ: ଆଉ ମାତ୍ର କିଛି ସମୟ ପରେ ଘୋଷଣା ହେବ ବିଜେଡିର ପ୍ରଥମ ପର୍ଯ୍ୟାୟ ଟିକେଟ । ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ତେବେ ଦିନ ୧ଟା ୫୦ମିନିଟରେ ପ୍ରାର୍ଥୀ ତାଲିକା ଘୋଷଣା କରା ହେବା ନେଇ ସୂଚନା ମିଳିଛି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ସୁପ୍ରିମୋ । ୪ ଲୋକସଭା ଓ ସଂପୃକ୍ତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ର, ଚନ୍ଦ୍ରଶେଖର ସାହୁ, କଲ୍ୟାଣୀ ଦେବୀଙ୍କୁ ଟିକେଟ ମିଳିବ ନା ଆଉ କାହାକୁ ଟିକେଟ ମିଳିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି ।
ସେହିପରି ନବରଙ୍ଗପୁରରେ ବଳଭଦ୍ର ମାଝୀ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ କାହାକୁ ଟିକେଟ ଦେବ ବିଜେଡି ତା ଉପରେ ସମସ୍ତଙ୍କ ନଜର ରହିଛି ।କୋରାପୁଟରୁ ଝିନ୍ନ ହିକକାଙ୍କ ପତ୍ନୀଙ୍କୁ ଟିକେଟ ମିଳୁଛି ନା ଆଉ କାହାକୁ ମିଳୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କଳାହାଣ୍ଡି ଆସନରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ ଆଗରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/D167wF6VYAABeHN.jpg)
/kanak/media/post_attachments/wp-content/uploads/2019/03/Screen-shot-2019-03-18-at-1.29.17-PM-300x223.png)