କନକ ବ୍ୟୁରୋ: ଜନ ସମ୍ପର୍କ ଅଭିଯାନ ପରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ । ଏଥିପାଇଁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଡିସେମ୍ବର ୨୬ଅର୍ଥାତ ଦଳର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ପରିବାର ସମ୍ପର୍କ ଅଭିଯାନ କରିବ ବିଜେଡି । ଏହି ସମୟରେ ରାଜ୍ୟର ସମସ୍ତ ପରିବାରକୁ ଭେଟିବା ପାଇଁ ତୃଣମୂଳ ସ୍ତରର ନେତୃତ୍ୱଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ପ୍ରତି ୱାର୍ଡରେ ଥିବା କମିଟି ପରିବାର ଗୁଡିକ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ତାକୁ ଆହୁରୀ ଅଧିକ ଫୋକସ୍ କରିବାକୁ କୁହାଯାଇଥିବା ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ପରିବାର ସମ୍ପର୍କ ଅଭିଯାନରେ କାହାର କଣ ଆବଶ୍ୟକତା ରହିଛି ବୁଝିବେ, ଯେଉଁମାନେ ବୁଝି ପାରୁନାହାନ୍ତି ତାଙ୍କୁ ବୁଝେଇବେ ଓ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା କହିବାକୁ ଲକ୍ଷ୍ୟ ରଖିଛି ବିଜେଡି । ସେପଟେ ବିଜେଡିର ପଦଯାତ୍ରା ସମୂର୍ଣ୍ଣ ଫେଲ୍ ବୋଲି କହିଛି ବିଜେପି । ତେବେ ବିଜେପିର ପଦଯାତ୍ରାରେ ଲୋକଙ୍କ ସମର୍ଥନ ଦେଖି ବିଜେଡି ଭୟଭିତ ହୋଇଯାଇଥବା କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ପରିବାର ସମ୍ପର୍କ ଅଭିଯାନ ଗତ ୨୪ବର୍ଷରେ କରିପାରିଲେନି ଏବେ ସମ୍ପର୍କ ଅଭିଯାନ କରିବା ଲଜ୍ଜାଜନକ ବୋଲି କହିଛନ୍ତି ପୃଥ୍ୱୀରାଜ ।