ଇସ୍ତାହାର ପାଇଁ ବିଜେଡିର କସରତ: ବିଜୁ ପଟ୍ଟନାୟକ ଜୟନ୍ତୀରେ ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଶୁଭାରମ୍ଭ କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

121

କନକ ବ୍ୟୁରୋ: ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିଛି ବିଜେଡି । ଏହି ଯୋଜନାର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଦଳ ତରଫରୁ କୁହାଯାଇଛି ।

BJD

ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତା ରାଜ୍ୟର ୮୬ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠାରୁ କଣ ଆଶା ରଖିଛନ୍ତି ତାର ତାଲିକା ପ୍ରସ୍ତୁତ କରିବେ । ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ । ଆଜିଠାରୁ ଆସନ୍ତା ୨୦ଯାଏ ବିଜେଡି ମହିଳା କର୍ମୀମାନେ ପ୍ରତି ଘର ଘର ବୁଲିବେ ।