୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ଗାଁକୁ ଯିବେ ନେତା ଓ କର୍ମୀ

99

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି । ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଗାଁକୁ ଯିବେ ନେତା ଓ କର୍ମୀ ପ୍ରତି ପଞ୍ଚାୟତ ଏବଂ ୱାର୍ଡରେ ଯାତ୍ରା କରିବ ବିଜେଡି । ସାମିଲ ହେବେ ଦଳର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ । ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ରାଜଧାନୀରେ ଏହି ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି ଦଳ । ଘରକୁ ଘର ଯାଇ ଜନସାଧାଣଙ୍କୁ ରାଜ୍ୟ ସରକାଙ୍କ ସଫଳତା ବିଷୟରେ ଅବଗତ କରାଇବେ ଦଳର ନେତାମନ୍ତ୍ରୀ । ଆସନ୍ତା ୨୬ତାରିଖରେ ବିଜେଡିକୁ ୨୬ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଚଳିତ ଥର ଜନସମ୍ପର୍କ ପଦଯାତ୍ରା ବ୍ୟାପକ କରିବାକୁ ଦଳ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି ।