କନକ ବ୍ୟୁରୋ: ବିଜେପି ପରେ ଖୁବଶୀଘ୍ର ବିଜେଡି କରିବ ପ୍ରଶିକ୍ଷଣ ଶିବର । ୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ । ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ପ୍ରଶିକ୍ଷଣ ଦେବେ । ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ।
ଆଜି ଶସକ ଦଳ ପକ୍ଷରୁ ବିଧାନସଭାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବାବେଳେ ଏଥିରେ କିନ୍ତୁ ଯୋଗ ଦେଇନାହାଁନ୍ତି ବିଜେଡି ଓ କଂଗ୍ରେସ ବିଧାୟକ । ଏହାକୁ ଦଳୀୟ ପ୍ରଚାର ଭାବେ ବିଜେପି ଆୟୋଜନ କରୁଛି କହି ପ୍ରଶିକ୍ଷଣ ଶିବିରକୁ ବୟକଟ କରିଛନ୍ତି ଉଭୟ ଦଳର ବିଧାୟକ । ତେଣୁ ନିଜର ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଘୋଷଣା କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/27-10.jpg)