ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ : ଆଜି କଟକ ଆରଡିସି ଅଫିସ ଆଗରେ ପ୍ରତିବାଦ କରିବ ବିଜେଡି

ସାମିଲ ହେବେ ଦଳର ଛାମୁଆ ନେତା;ଦର ନକମିବା ଯାଏ ଆନ୍ଦୋଳନ ପାଇଁ ଚେତାବନୀ

81

କନକ ବ୍ୟୁରୋ: ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆଜି କଟକ ଆରଡିସି ଅଫିସ ସମ୍ମୁଖରେ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ ଧାରଣା ଦେବେ । ୩ ବର୍ଷରେ ୭୦ ପ୍ରତିଶତ ଦରବୃଦ୍ଧି ହୋଇଛି । ଯାହାକୁ ବିରୋଧ କରିଛି ବିଜେଡି । କଟକ ସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଜେଡି ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସମ୍ବଲପୁର ଓ ବୁଧବାର ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ ।

ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି । ସେପଟେ ବିଜେପି କହିଛି ନିର୍ବାଚନ ପାଇଁ ବିଜେଡି ଏଭଳି ଆନ୍ଦୋଳନ କରୁଛି । ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପ୍ରତିବାଦ କରିଥିଲା । କିନ୍ତୁ କେନ୍ଦ୍ର ସରକାର ତେଲ ଉପରୁ ଟିକସ ଛାଡ କରିବା ପରେ ଦର ହ୍ରାସ ପାଇଥିଲ।। ଆଉ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ବିଜେଡି । ଯଦି ରୋଷେଇ ଗ୍ୟାସ ଦର ନକମିବ ତାହେଲେ ପ୍ରତିବାଦ କରିବ ବୋଲି ବିଜେଡି କହିଥିଲା ।