କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିମନ୍ତ୍ରଣ ରକ୍ଷା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତାକାଲି ଷ୍ଟାଲିନଙ୍କ ନେତୃତ୍ବରେ ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ୍ ବୈଠକରେ ଯୋଗଦେବ ବିଜେଡି । ଏନେଇ ସହମତି ଜଣାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ନବୀନ ନିଜେ ଯୋଗନଦେଉଥିଲେ ବି ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିଜେଡି ପ୍ରତିନିଧି ଦଳ ଭାବେ ଯୋଗଦେବାକୁ ଅନୁମତି ଦେଇଛନ୍ତି ନବୀନ । ଯାହାକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି । 

Advertisment

ଏପଟେ ଡିଲିମିଟେସନ ବୈଠକରେ ବିଜେଡି ଯୋଗଦେବା କଥା ଜାଣିବାପରେ କଡ଼ା ସମାଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ନିଜର ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇ ପାରେ। ଏହା ତାଙ୍କର ନିଜସ୍ଵ ନିଷ୍ପତ୍ତି । ଷ୍ଟାଲିନ ମଞ୍ଚକୁ ନେଇ ଆମର କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଚେନ୍ନାଇ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗଦେବା କିଛି ପ୍ରାସଙ୍ଗିକତା ନାହିଁ । ଯୋଉ ଟିମ୍ ମ୍ୟାଚ୍ ଖେଳିବାର ନାହିଁ । ସେ ଟିମ୍ ଯିବ ମ୍ୟାଚ୍ ଖେଳିବ, ତାର କିଛି ମାନେ ନାହିଁ । ବିଜେଡି ପ୍ରତିନିଧି ଦଳ ଚେନ୍ନାଇ ବୈଠକରେ ଯୋଗ ଦେବ କି ନାହିଁ ସେଥିରେ କିଛି ମନା ନାହିଁ । କାରଣ ଆଗକୁ ବିଜେଡି ରହିବ ନାହିଁ । ତେବେ ଆଗାମୀ ଦିନରେ କଣ ହେବ ସମୀକରଣ । ବିଜେଡି ରାଜନୀତିର ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ । ବିଜେପି ଏବଂ ଏନଡିଏ ପୂରା ଦେଶ ଏବଂ ରାଜ୍ୟକୁ ଚଳାଇବା ପାଇଁ ସକ୍ଷମ ।