ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି : ବିଜେପି ଉପରେ ଲଗାତର ଆକ୍ରମଣ ପାଇଁ ଖସଡା ପ୍ରସ୍ତୁତ

28

କନକ ବ୍ୟୁରୋ : ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି । ଏଥର ଉତ୍ତର ଦେବନି ବରଂ ଆଗୁଆ ପ୍ରଶ୍ନ ପଚାରିବ ଦଳ । ବିଜେପି ଉପରେ ଲଗାତର ଆକ୍ରମଣ ପାଇଁ ଖସଡା ପ୍ରସ୍ତୁତ କରିଛି ବିଜେଡି ।

ରାଜଭବନ ଆଗରେ ବିଜେଡିର ବିକ୍ଷୋଭ । ପ୍ରସଙ୍ଗ ହେଉଛି, ଗୁଜୁରାଟ ଓ ଉତ୍ତର ପ୍ରଦେଶରେ ଦଳିତଙ୍କୁ ହତ୍ୟା, ଦୁଷ୍କର୍ମ ଓ ନିର୍ଯାତନା । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶା ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ବିଜେଡି ଦଳିତ ସାମ୍ମୁଖ୍ୟ ଦାବି କରିଛି, ସେହି ରାଜ୍ୟ ଗୁଡିକରେ ତୁରନ୍ତ ଦଳିତଙ୍କ ପ୍ରତି ଏଭଳି ଅତ୍ୟାଚାର ବନ୍ଦ କରାଯାଉ । ସାଧାରଣତଃ ଅନ୍ୟ ରାଜ୍ୟରେ କଣ ଘଟୁଛି, ତା ଉପରେ ଆଗରୁ ମୁଣ୍ଡ ଖେଳାଉନଥିବା ବିଜେଡି ଏବେ କିନ୍ତୁ ତାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । ଜାତୀୟ ସ୍ତରରେ ପ୍ରସଙ୍ଗକୁ ନେଇ ଏବେ ଲଢେଇ କରିବ ଦଳ । ଏବଂ ମୁଖ୍ୟ ଟାର୍ଗେଟ୍ ରହିବ ବିଜେପି ।

ଗତକିଛି ଦିନ ହେଲା ବିଜେଡିର ବିଜେପି ପ୍ରତି ଶାଣିତ ଆକ୍ରମଣ ମଧ୍ୟ ଦଳର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବୟାନ କରୁଛି । ପ୍ରାୟ ପ୍ରତ୍ୟକ ଦିନ ସାମ୍ବିଦିକ ସମ୍ମିଳନୀ କରି ବିଜେଡିକୁ ପ୍ରଶ୍ନବାଣରେ ଘାଇଲା କରୁଥିଲା ବିଜେପି । ଯାହାର ସଫେଇ ରଖୁଥିଲା ବିଜେଡି । ଏବେ ବିଜେପି ବିରୋଧରେ ସେହି ସମାନ ଅସ୍ତ୍ର ପ୍ରୟୋଗ କରିବ ବିଜେଡି