ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା

4,650

କନକ ବ୍ୟୁରୋ: ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଆସନରେ ଏକାଧିକ ଟାଣୁଆ ନେତା ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି । ଏପଟେ କାହାକୁ ଟିକେଟ ଦିଆଯିବ, କେଉଁ ନେତା ବାଦ୍ ପଡ଼ିବେ ଏନେଇ ଚାଲିଛି ଅଙ୍କକଷା । ପ୍ରାୟ ୪୦ଟି ଆସନରେ ବଡ଼ ବଡ଼ ନେତା ଆଶାୟୀ ଥିବାରୁ ଦଳର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି ।

ନିର୍ବାଚନକୁ ପ୍ରାୟ ଦୁଇମାସ ବାକି ରହିଲା । ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ମିଶାଣ-ଫେଡାଣ । କିଏ କେଉଁ ଜାଗାରେ ଉପଯୁକ୍ତ ପ୍ରାର୍ଥୀ ହେବେ, କାହାର ପଲ୍ଲା ଭାରି ଅଛି, କାହାର ଲୋକପ୍ରିୟତା କମିଛି ସେନେଇ ବିଜେଡି ପ୍ରସ୍ତୁତ କରୁଛି ରିପୋର୍ଟ କାର୍ଡ । ୧୪୭ ନିର୍ବାଚନମଣ୍ଡଳୀରେ କିଏ ଟିକେଟ ପାଇବେ ଓ କିଏ ବାଦ ପଡ଼ିବେ ସେନେଇ ଦଳ ପକ୍ଷରୁ ସର୍ଭେ ମଧ୍ୟ କରାଯାଉଛି । କିନ୍ତୁ ଏଭଳି କିଛି ଆସନ, ଯେଉଁଠି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଅତି ସତର୍କତାର ସହ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରମୋ ଓ କ୍ଷମତା କେନ୍ଦ୍ର । ସୂଚନା ଅନୁସାରେ..
-୮୦ ରୁ ୯୦ ଆସନରେ ବିଜେଡିରେ କୌଣସି ଦ୍ୱନ୍ଦ ନାହିଁ
ଅର୍ଥାତ ଏହି ଆସନରେ କିଏ ପ୍ରାର୍ଥୀ ହେବେ ତାହା ଏକରକମ ଚୂଚାନ୍ତ
ପ୍ରାୟ ୪୦ ଆସନରେ ଅନେକ ଆଶାୟୀ ରହିଛନ୍ତି
ଏହି ସ୍ଥାନରେ କିଏ ହେବେ ଉପଯୁକ୍ତ ପ୍ରାର୍ଥୀ ହେବେ ଟିକିନିତ୍କ ସମୀକ୍ଷା କରୁଛନ୍ତି ସୁପ୍ରିମୋ

ମାହାଙ୍ଗା – ପ୍ରତାପ ଜେନା- ଶୋଭନ କର
ଭୁୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ – ପ୍ରିୟଦର୍ଶୀ ମିଶ୍ର
ଜଗତସିଂହପୁର – ଅମରେନ୍ଦ୍ର ଦାସ – ପ୍ରଶାନ୍ତ ମୁଦୁଲି
ବଡ଼ଚଣା – ଅମର ଶତପଥୀ – ଜନ୍ମଜେୟ ଲେଙ୍କା
ପୁରୀ -ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି – ଶୁଭାଶିଷ ଖୁଂଟିଆ
କାକଟପୁର – ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁର ସେଠୀ
ଭଦ୍ରକ – ସଂଜୀବ ମଲିକ- ଅସିତ ପଟ୍ଟନାୟକ
ବରି – ସୁନନ୍ଦା ଦାସ- ବିଶ୍ୱ ମଲ୍ଲିକ
କୋରେଇ – ଅଶୋକ ବଳ- ଆକାଶ ଦାସ ନାୟକ
ଜୟପୁର – ରବି ନନ୍ଦ- ଇଶ୍ୱର ପାଣିଗ୍ରାହୀ

ଏଭଳି ପ୍ରାୟ ୪୦ ସିଟରେ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଯେଉଁମାନେ ସିଧାସଳଖ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ନୂଆବର୍ଷରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ପୋଷ୍ଟର ମାରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ତେଣୁ ଏହି ଆସନରେ ବିଜେଡି ସବୁ ଦିଗରୁ ବିଚାର କରି କାର୍ଡ ଖୋଲିବ । କାରଣ ଦଳରେ ବିଦ୍ରୋହୀ ସୃଷ୍ଟି ହେଲେ ନିର୍ବାଚନରେ ଅଡୁଆରେ ପଡିବ ବିଜେଡି । ସାଂସଦ ମୁନା ଖାନ କହିଛନ୍ତି ସବୁ ନିର୍ବାଚନରେ ଆଶାୟୀଙ୍କ ସଂଖ୍ୟା ବଢ଼େ, କିନ୍ତୁ ତାକୁ ଭଲ ଭାବରେ ମ୍ୟାନେଜ କରନ୍ତି ସୁପ୍ରିମୋ ।

ନବୀନଙ୍କୁ ଷଷ୍ଠଥର କ୍ଷମତାକୁ ଆଣିବା ପାଇଁ ବିଜେଡି ଜୋରଦାର କସରତ ଆରମ୍ଭ କରିଦେଇଛି । ଫେବ୍ରୁଆରୀରୁ ଗାଁ ଗାଁରେ ସରକାରଙ୍କ ସଫଳତା, ଲୋକପ୍ରିୟ ଯୋଜନାକୁ ପହଁଚାଇବ ଦଳ । ପରିକ୍ରମା ପ୍ରକଳ୍ପ ଓ ସମଲେଇ ମନ୍ଦିରର ଉନ୍ନତିକରଣର ଲୋକାର୍ପଣ ପରେ ନିର୍ବାଚନୀ ରଣନୀତିକୁ ଆହୁରି ଶାଣିତ କରିବାକୁ ଯାଉଛଇ ବିଜେଡି ।