କନକ ବ୍ୟୁରୋ: ବଢିଚାଲିଛି ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣା । ବିରୋଧ କରିବାକୁ ଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ତ ଆଉ କେତେବେଳେ ରାଜ୍ୟର ମନ୍ତ୍ରୀ ତଥା ନେତାଙ୍କୁ । ଏପରିକି ପୋଲିସ ମଧ୍ୟ ଏଥିରୁ ବାଦ ପଡୁନି । ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି ଏମିତି ଅପ୍ରୀତିକର ଦୃଶ୍ୟ । ତେବେ ବିରୋଧ ପ୍ରଦର୍ଶନ କରିବାର ବିଭିନ୍ନ ଉପାୟ ଭିତରେ ଏବେ ସବୁଠାରୁ ଆଗରେ ରହିଛି ଏହି ଅଣ୍ଡାମାଡର ଫର୍ମୁଲା । ମମିତା ମେହେର ହତ୍ୟା ଘଟଣାରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ବିରୋଧୀଦଳର କର୍ମୀ ଆପଣେଇଛନ୍ତି ବିରୋଧର ଏହି ସହଜ ବାଟକୁ ।
ବିରୋଧ ପ୍ରଦର୍ଶନ କରିବାକୁ ଅଣ୍ଡାମାଡ ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର ତାଙ୍କ ସମର୍ଥକଙ୍କ ଦ୍ୱାରା ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ, ଯାହା ସେ ସମୟରେ ଖୁବ୍ ଚର୍ଚ୍ଚିତ ହୋଇଥିଲା । କେବଳ ଅଣ୍ଡାମାଡ ନୁହେଁ, ଟମାଟୋ ପକେଇବା ସହ କଳାପତାକା ପ୍ରଦର୍ଶନ କରିବା ମଧ୍ୟ ଏବେ ପ୍ରତିବାଦର ମୁଖ୍ୟ ପନ୍ଥା ହୋଇଛି ।
ପୂର୍ବରୁ କଂଗ୍ରେସ କର୍ମୀ ବିରୋଧ କରିବା ପାଇଁ ଏହି ଅଣ୍ଡାମାଡ କରୁଥିବା ବେଳେ ଏବେ ବିଜେପି ମଧ୍ୟ ସମାନ ଫର୍ମୁଲା ଆପଣେଇଛି । ମମିତା ମେହେର ଘଟଣାରେ ପ୍ରତିବାଦ କରୁଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିବା ଅଭିଯୋଗ ପରେ, ଏବେ ପୁଣି ଶାସକଦଳର ନେତା ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବାକୁ ଧମକ ଦେଇଛନ୍ତି ସଭାପତି ୟାସିର ନୱାଜ୍ । ତେଣୁ ଆଗକୁ ମଧ୍ୟ ଏହି ଅଣ୍ଡାମାଡ ଘଟଣା ଦେଖିବାକୁ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-14-19h37m35s329.png)