ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛୁଆ ବର୍ଗ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେଡି । କହିଲା, ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସେ ପ୍ରତ୍ୟାହାର କରନ୍ତୁ ।

Advertisment
ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛୁଆ ବର୍ଗ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେଡି । କହିଲା, ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସେ ପ୍ରତ୍ୟାହାର କରନ୍ତୁ ।

କନକ ବ୍ୟୁରୋ: ପଛୁଆ ବର୍ଗ ବିଲକୁ ନେଇ ମନ୍ତବ୍ୟ ଦେବା ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ସେ କହିଛନ୍ତି, ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ନୁହଁନ୍ତି । ତେଣୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିଲା ବୋଲି ସେ ଜାଣିନାହାନ୍ତି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ପୃଥୀରାଜ ହରିଚନ୍ଦନଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ବିଲ୍କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ପୃଥୀରାଜ ହରିଚନ୍ଦନ ଏହାକୁ ସହଜରେ ଭୁଲି ଯାଇଛନ୍ତି କିମ୍ବା ଏ ବିଷୟରେ ଆଦୌ ଅବଗତ ନୁହଁନ୍ତି ବୋଲି ଇପ୍ସିତା କହିଛନ୍ତି । ତାଙ୍କର ଏଭଳି ବିବୃତ୍ତି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି ବୋଲି ସେ କହିଛନ୍ତି ।

୨୦୨୦ ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ ପାରିତ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ସୁଶ୍ରୀ ସାହୁ କହିଛନ୍ତି । ତେଣୁ ଆମେ ଆଶା କରୁଛୁ ଓଡିଶା ବିଜେପି ଏବଂ ପୃଥୀରାଜ ହରିଚନ୍ଦନଙ୍କର ସଦବୁଦ୍ଧି ଉଦୟ ହେଉ ଏବଂ ସେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ଓଡିଶାର ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ପ୍ରବକ୍ତା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe