କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ବିଜେପିର ମିଶନ ୮୦+ ଟାର୍ଗେଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି । ବିଜେପି ଦଳ ଓଡ଼ିଶା ରାଜନୀତିକୁ ଅନେକ ଡାଏଲଗ ଦେଇଛନ୍ତି । କିନ୍ତୁ ଗାଁ ଗହଳିକୁ ବିଜେପି ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକଙ୍କ ମନରେ ଗୋଟିଏ କଥା ଦେଖିବାକୁ ପାଉଛନ୍ତି ତାହା ହେଉଛି ନବୀନ ପଟ୍ଟନାୟକ ।

Advertisment

ବିଜେପି ଯେଉଁଠି ସମ୍ମିଳନୀ କରୁ ସେଥିରେ ଆମର ଯାଏ ଆସେ ନାହିଁ । ରାଜନୈତିକ ଦଳ ଭାବେ ବିଜେପି ତାହାର ରଣନୀତି କରିବ । କିନ୍ତୁ ବିଜେଡି ନିଜର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ଶକ୍ତିକୁ ସୁଦୃଢ କରିବା ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି । ତେଣୁ ପୁଣିଥରେ ବିଜେଡି ସରକାର କରିବ ଏଥିରେ କୌଣସି ଦ୍ୱିମତ ନାହିଁ । ବିଜେଡିର ସାଙ୍ଗଠନିକ ଶକ୍ତି ମଜବୁତ ଅଛି । ବିଜେଡି ତାହାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇଥାଏ । ସରକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକ ଉପକୃତ ହେବେ ଏବଂ ଲୋକଙ୍କ ସହ ଯୋଡି ହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଏ ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି ।