କନକ ବ୍ୟୁରୋ: ରେଳ ବଜେଟକୁ ନେଇ ତେଜିଲା ରାଜନୀତି । ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଲା ବିଜେଡି । ଏଥର ରେଳ ବଜେଟରେ ଓଡ଼ିଶା କେତେ ପାଇଲା, ଏହାର ପୂରା ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରି ଆଜି କାଉଂଟର ପ୍ରେସମିଟ୍ କରିଛି ବିଜେଡି । ବିଜେଡି ଅଭିଯୋଗ କରିଛି...
୨୦୨୧-୨୨ ରେଳ ବଜେଟରେ ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ର
ଦାବି ରହିଥିଲା ୭,୨୦୦ କୋଟି, ମିଳିଛି ମାତ୍ର ୪,୫୦୦ କୋଟି
ଗତ ୭ ବର୍ଷରେ ୧ ଲକ୍ଷ ୪୦ ହଜାର କୋଟି ଦେଇଛି ଓଡ଼ିଶା
ସେହି ସମୟ ମଧ୍ୟରେ ରାଜ୍ୟ ପାଇଛି ମାତ୍ର ୧୪,୦୦୦ କୋଟି
ରାଜ୍ୟରେ ୬ଟି ଜିଲ୍ଲାରେ ଏବେ ବି ରେଳ ଲାଇନ ପଡିନାହିଁ
ଗତ ୭ ବର୍ଷରେ ମାତ୍ର ଗୋଟିଏ ନୂଆ ଜିଲ୍ଲାକୁ ରେଳ ଲାଇନ ଯାଇଛି
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ରାଜ୍ୟର ସବୁଠୁ ଧିମା ପ୍ରକଳ୍ପ
ଏପର୍ଯ୍ୟନ୍ତ ମାତ୍ର ୯୦ କିମି ରେଳପଥ ତିଆରି ହୋଇଛି
କଳାହାଣ୍ଡିରେ ରେଳ ୱାଗନ କାରଖାନା କାହିଁକି ହେଉନାହିଁ?
ତାଳଚେର-ବିମଳାଗଡ଼ ରେଳ ଲାଇନ କାହିଁକି ଧିମା ପଡିଛି?
ରେଳ ବଜେଟରେ ଓଡ଼ିଶା ନିରାଶ ହୋଇଥିବା ନେଇ ବିଜେଡି ଅଭିଯୋଗ ଉପରେ ଗତକାଲି ପ୍ରେସମିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୂଆ ରେଳ ବଜେଟରେ ରାଜ୍ୟକୁ ମିଳିଥିବା ଅନୁଦାନର ପୂରା ହିସାବ ଦେଇଥିଲେ । ପାଖାପାଖି ୭ ହଜାର କୋଟି ଟଙ୍କା ରାଜ୍ୟକୁ ମିଳିଥିବା କହିଥିଲେ ଧର୍ମେନ୍ଦ୍ର । ହେଲେ ଏପଟେ ଓଡ଼ିଶା ପାଇଁ ରେଳ ବଜେଟରେ ବିଶେଷ କିଛି ନାହିଁ ବୋଲି ବିଜେଡି ଅଭିଯୋଗ ସହ ସ୍ୱର ମିଳାଇଛି କଂଗ୍ରେସ । ସେପଟେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଥିବା ଦାବି କରିଛନ୍ତି ବିଜେପି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/29-5.jpg)