ଧାନକିଣାକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । କହିଲା, ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ।

Advertisment
ଧାନକିଣାକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । କହିଲା, ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ।

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର ଏଭଳି କିଛି କଥା କହି ବିଜେପି ଉପରେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ସେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ହୋଇଛି । ଏଥିପାଇଁ ଲକ୍ଷାଧିକ ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କୁ ମୋଟ ୧୧,୪୦୦ କୋଟି ଟଙ୍କା ପଠାଯାଇଛି । ସେହିପରି ୨୦୧୯-୨୦ ବର୍ଷରେ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କ ଖାତାକୁ ୧୨, ୮୦୮ କୋଟି ଟଙ୍କା ଦିଆଯାଇଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ସଂଗ୍ରହ କରିବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲିି ଶ୍ରୀମୟୀ କହିଛନ୍ତି ।

ଏହାସହ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରିଚାଲିଥିବାବେଳେ ବିଜେପ ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି ଡ୍ରାମା କରୁଛି ବୋଲି ସେ କହିଛନ୍ତି । ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କଣ କରିଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ଉଚିତ୍ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରିବାକୁ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ଶ୍ରୀମୟୀ ମିଶ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe