କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ମାରିଲା ବାଣ । ଏମଏସପି ବୃଦ୍ଧି ନେଇ ଘୋଷଣା କରିବେ କି? ପଦ୍ମପୁର ରେଳ ଲାଇନକୁ ନେଇ ଭୁଆଁ ବୁଲାନ୍ତୁନି ।

କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ମାରିଲା ବାଣ । ଏମଏସପି ବୃଦ୍ଧି ନେଇ ଘୋଷଣା କରିବେ କି? ପଦ୍ମପୁର ରେଳ ଲାଇନକୁ ନେଇ ଭୁଆଁ ବୁଲାନ୍ତୁନି ।

କନକ ବ୍ୟୁରୋ : ଉଠୁଛି ପଡୁଛି ପଦ୍ମପୁର ପ୍ରଚାର ମୈଦାନ । ପ୍ରଚାର ମୈଦାନରୁ ୨ କେନ୍ଦ୍ରମନ୍ତ୍ରୀ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଏହାର ପ୍ରତି ଜବାବ ରଖିଛି ବିଜେଡି । ଫସଲବୀମା, ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ୨ କେନ୍ଦ୍ରମନ୍ତ୍ରୀ ବର୍ଷିବା ପରେ ବିଜେଡି ବିଧାୟକ ଶଶି ବେହେରା କହିଛନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ଦୁର୍ଭାଗ୍ୟଜନକ । କେନ୍ଦ୍ର କୃଷିମନ୍ତ୍ରୀ ଏମଏସପି ବୃଦ୍ଧି ନେଇ ଘୋଷଣା କରିବେ କି?

ସେହଭଳି ବିଜେଡି ବିଧାୟକ ଶାରଦା ନାୟକ ବିଜେପିକୁ ଟାର୍ଗେଟ କରିବା ସହ କହିଛନ୍ତି, ପଦ୍ମପୁରକୁ ରେଳ ଲାଇନ କୁଆଡେ ଗଲା? ଜମି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ଅର୍ଥ କେନ୍ଦ୍ର ଦେବା କଥା, ରାଜ୍ୟର ଦାୟିତ୍ୱ ଅଫିସର ନିଯୁକ୍ତ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବ । କିନ୍ତୁ ପଦ୍ମପୁର ରେଳ ପ୍ରକଳ୍ପ ବାବଦରେ କେନ୍ଦ୍ର ବଜେଟରେ କେଉଁଠି ଉଲ୍ଲେଖ ଅଛି ତାହା ଦେଖାଇପାରିବେ କି କେନ୍ଦ୍ରମନ୍ତ୍ରୀ । ଏଭଳି ମିଛ କହି ଲୋକଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ ।

ଏହାସହ ଶାରଦା କହିଛନ୍ତି, କଳା କୃଷି ଆଇନ ଆଣି ଚାଷୀଙ୍କୁ ରାସ୍ତାକୁ ଆସିବାକୁ ବାଧ୍ୟ କଲ । ହଜାର ହଜାର ଚାଷୀଙ୍କ ଜୀବନ ଗଲା । ଆଉ ଶେଷରେ ଚାଷୀଙ୍କ କୋପରୁ ବର୍ତ୍ତିବା ପାଇଁ କୃଷି ଆଇନ ପ୍ରତ୍ୟାହାର କଲା କେନ୍ଦ୍ର । କିନ୍ତୁ ଚାଷୀ ଏହାକୁ ଭୁଲିନାହାନ୍ତି, ଚାଷୀକୂଳ ଏହାର ଜବାବ ନିଶ୍ଚୟ ଦେବେ । ଚାଷୀ ମାରଣ ନୀତି ଆପଣାଉଥିବା କେନ୍ଦ୍ର ଏବେ କୁମ୍ଭୀର କାନ୍ଦଣା ନ କାନ୍ଦୁ ବୋଲି କହିଛନ୍ତି ଶାରଦା ନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe