କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ଆସନ ହେଉଛି ୧୪୭ । ତେଣୁ ଆଗାମୀ ନିର୍ବାଚନରେ କିିଏ କେତେ ଆସନରେ ଜିତିବ ସେ ନେଇ ଅଙ୍କକଷା ଚାଲିଛି । ଆଉ ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି କିଛି ପେ।।ଷ୍ଟ । ଯେଉଁଥିରେ ଶାସକ ଦଳ ୧୩୦ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଥିବା ଲେଖା ଅଛି । ଯାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଛି କିଛି ପୋଷ୍ଟ । ଚର୍ଚ୍ଚା ହେଉଛି ୨୦୨୪ ନିର୍ବାଚନ ପାଇଁ ୧୩୦ ଆସନର ଟାର୍ଗେଟ ନେଇ ରଣନୀତି କରୁଛି ବିଜେଡି । ଆଉ ଏହି ବାର୍ତା ଦେବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଉଦ୍ୟମ କରୁଛି ଶାସକ ଦଳ ବିଜେଡି । ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନ । ତେବେ ବିଜେଡିର ଏଭଳି ଲକ୍ଷ୍ୟକୁ କଟାକ୍ଷ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ତେବେ ଏତିକିବେଳେ ସାମନାକୁ ଆସିଛି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭାଷଣ । ଏଥିରେ ପ୍ରଣବ, ୫-ଟି ଓ ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଭି.କେ.ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ବୋଲି କହିବା ସହ ସେ କେମିତି ନବୀନଙ୍କ ଭିଜନକୁ କାର୍ଯ୍ୟକାରୀ କରୁଛନ୍ତି ତାହା କହିଛନ୍ତି । ତେବେ କୁହାଯାଉଛି, ଯାଜପୁରରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏମିତି ପ୍ରଶଂସା କରିଥିଲେ ପ୍ରଣବ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ସୂଚନାଯୋଗ୍ୟ ଯେ, ଭି.କେ.ପାଣ୍ଡିଆନ ଭିଆରଏସ ନେବା ପରେ ବିଜେଡି ନେତାମାନେ ତାଙ୍କୁ ପ୍ରଶଂସା କରି ଆସୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି, ସେ ଆଗାମୀ ଦିନରେ ହୁଏତ ବିଜେଡିରେ ଯୋଗ ଦେଇପାରନ୍ତି । ତେବେ ଏନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।