ରାଜଧାନୀରେ ବିଜେଡିର ବାଇକ୍ ରାଲି : ଦରବୃଦ୍ଧି ଓ ବେକାରି ସମସ୍ୟାକୁ ନେଇ ଦଳୀୟ ମୁଖ୍ୟାଳୟରୁ ବାହାରିଛି ଶୋଭାଯାତ୍ରା

 ଭୁବନେଶ୍ୱର ପାୱାର ହାଉସ ଛକରେ ଗଣଧାରଣା ଦେଉଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ

112

କନକ ବ୍ୟୁରୋ : ରାଜଧାନୀରେ  ବିଜେଡି କରୁଛି ବାଇକ୍ ରାଲି । ଦରଦାମ ଏବଂ ବେକାରୀ ବୃଦ୍ଧିକୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଛି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛି ଦଳ ।  ଭୁବନେଶ୍ୱର ପାୱାରେ ହାଉସ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦିଆଯାଉଛି ।

ସେପଟେ, ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ଏହି ଘେରାଉରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହେବାର ଯୋଜନା ରହିଛି । ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜିରେ ପହଂଚିବ । ସେଠାରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ । ସେହିପରି ଆସନ୍ତାକାଲି କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ ବୋଲି ଜଣାପଡିଛି । ବିଧାନସଭାରେ ବିରୋଧୀ ବିଜେପି ଏବଂ କଂଗ୍ରେସ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି । ଯାହାକୁ ନେଇ ଗୃହ କାର୍ଯ୍ୟ ଚାଲିପାରୁନି ।