ପୁଲିସ ଧରାଇଲା ନେତାଙ୍କୁ ସିଲଟ: ଗିରଫ ହେଲେ ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ

Advertisment
ପୁଲିସ ଧରାଇଲା ନେତାଙ୍କୁ ସିଲଟ: ଗିରଫ ହେଲେ ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ

କନକ ବ୍ୟୁରୋ: ସିଲଟ ଧରିଲେ ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ । ଆତ୍ମସମର୍ପଣ ପରେ ପ୍ରକାଶକୁ ପୁଲିସ ଗିରଫ କରିଛି । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଚିଂଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ ଲଙ୍କାକାଣ୍ଡ କରିଥିଲେ ଦୁର୍ବୃତ ।

publive-image

ସଂଘବଦ୍ଧ ଭାବେ ପୋଲିସ କବଳରୁ ଅଭିଯୁକ୍ତକୁ ଛଡେଇ ନେବାକୁ ଉଦ୍ୟମ କରିବା ବେଳେ ପୋଲିସ ବାଧା ଦେଇଥିଲା । ହେଲେ ଏମାନେ ଥାନାରେ ପଶି ପୋଲିସକୁ ଗୋଡେଇ ଗୋଡେଇ ମାଡ ମାରି ଲହୁଲୁହାଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ପୁଲିସ ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ।

publive-image

ସେପଟେ, ସହିଦନଗର ଥାନା ଭିତରେ ପଶି ପୁଲିସକୁ ଆକ୍ରମଣ ଓ ଭଙ୍ଗାରୁଜା କରିବା ଘଟଣାରେ ପ୍ରକାଶ ତ୍ରିପାଠୀ ଶନିବାର ଗିରଫ ହେବା ପରେ ତାଙ୍କୁ ବିଜୁ ଯୁବ ଜନତା ଦଳ ତାଙ୍କୁ ଉପସଭାପତି ପଦରୁ ନିଲମ୍ବିତ କରିଛି। ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି। ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe