ବିଜେଡ଼ି ଧାମନଗର ପାଇଁ କରିପାରେ ପ୍ରାର୍ଥୀ ଘୋଷଣା : ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

Advertisment
ବିଜେଡ଼ି ଧାମନଗର ପାଇଁ କରିପାରେ ପ୍ରାର୍ଥୀ ଘୋଷଣା : ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

କନକ ବ୍ୟୁରୋ : ଖୁବଶୀଘ୍ର ବିଜେଡ଼ିର ଧାମନଗର ପ୍ରାର୍ଥୀ ଘୋଷଣା । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଭୁବନେଶ୍ୱର ଡକାଯାଇଥିବା ବେଳେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ଟିକେଟ୍ ମିଳିବ କି ନାହିଁ ପ୍ରଶ୍ନର ଉତ୍ତର ରଖି ଅପେକ୍ଷା କରିବାକୁ ରାଜୁ ଦାସ କହିଛନ୍ତି ।

ଅନ୍ୟପଟେ ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ୱ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଂଜନ ଘେଡ଼େଇ, ସାଂସଦ ମଂଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe