‘ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି, ମୋର ଉତ୍ତରାଧିକାରୀ କିଏ ହେବ ତାହା ନିଷ୍ପତ୍ତି ରାଜ୍ୟବାସୀ କରିବେ’: ନବୀନ ପଟ୍ଟନାୟକ

848

କନକ ବ୍ୟୁରୋ: ଭିକେ ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି । ବରଂ ମୋ ପରେ ମୋର ଉତ୍ତରାଧିକାରୀ କିଏ ହେବ ତାର ନିଷ୍ପତ୍ତି ରାଜ୍ୟବାସୀ କରିବେ’ । ରାଜ୍ୟରେ ବିଜେଡି ଗଡ ଭୁଷୁଡିିବା ପରେ ପ୍ରଥମ ଥର ପାଇଁ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି, ‘ ବାରମ୍ବାର ମୋତେ ସେବାର ସୁଯୋଗ ଦେଇଥିବାରୁ ମୁଁ ଓଡିଶାବାସୀଙ୍କ ପାଖରେ ଚିର କୃତଜ୍ଞ । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଆମେ ଓଡିଶାକୁ ବିକାଶରେ ଉଚ୍ଚକୋଟିର ଯୋଗଦାନ ଦେଇଆସିଥିଲୁ । ଲଗାତାର ୨୪ ବର୍ଷ ଆମେ ଓଡିଶାବାସୀଙ୍କୁ ଯଥାସାଧ୍ୟ ସେବା ଯୋଗାଇଛୁ’ ବୋଲି ନବୀନ କହିଛନ୍ତିା

ଏହାପରେ ସେ ଭିକେ ପାଣ୍ଡିଆନଙ୍କ ଉପରେ ହେଉଥିବା ସମାଲୋଚନାକୁୁ ଖଣ୍ଡନ କରିଛନ୍ତି ନବୀନ । କହିଛନ୍ତି, ‘ ଦଳର ପରାଜୟ ପରେ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅନେକ ସମାଲୋଚନା ହେଉଛି । ଜଣେ ଅଫିସର ଭାବେ ସେ ଭଲ କାମ କରିଛନ୍ତି । ଗତ ୧୦ ବର୍ଷ ଭିତରେ ଅନେକ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି । ମହାବତ୍ୟା ଠାରୁ ଆରମ୍ଭ କରି ମହାମାରୀ କୋଭିଡ ସମୟରେ ସେ ଭଲ କାମ କରିଥିବା ନବୀନ କହିଛନ୍ତିା ନବୀନ କହିଛନ୍ତି ସରକାରୀ ପଦରୁ ଇସ୍ତଫା ଦେଇ ପାଣ୍ଡିଆନ ମୋ ଦଳରେ ଯୋଗ ଦେଇ ପ୍ରଶଂସନୀୟ କାମ କରିଛନ୍ତି । ଏହ ସହ ପାଣ୍ଡିଆନଙ୍କୁ ଜଣେ ସଚ୍ଚୋଟ ବ୍ୟକ୍ତି ବୋଲି ନବୀନ କହିଛନ୍ତିା କୌଣସି ପଦରେ ନୁହେଁ ବରଂ ଦଳର ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେଇଥିଲେ’ ବୋଲି ନବୀନ ସ୍ପଷ୍ଟ କରି ନ୍ତି ।
ଏହାପରେ ନିଜ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ସଫେଇ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ । କହିଛନ୍ତି, ‘ ମୋ ସ୍ୱାସ୍ଥ୍ୟ ସବୁବେଳେ ଭଲ ଥିଲା, ଭଲ ରହିଛି । ଗତ ମାସରେ ମୁଁ କିଭଳି ଲଗାତାର ଭାବେ ପ୍ରଚାର କରିଛି , ଏହା ତା’ର ଜ୍ୱଳନ୍ତ ପ୍ରମାଣ’ ।