ପଞ୍ଚମଥର ସରକାର ଗଢ଼ିବାକୁ ସୁଯୋଗ ଦେଲେ ରାଜ୍ୟବାସୀ, କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 

273

କନକ ବ୍ୟୁରୋ: ବର୍ତ୍ତମାନ ସୁଦ୍ଧା ଭୋଟ୍ ଗଣତି ପରେ ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ ଆମ ଉପରେ ରଖିଥିବାରୁ ଧନ୍ୟବାଦ । ଚଳିତଥର ନିର୍ବାଚନ ବିଜେଡି ପାଇଁ ଐତିହାସିକ ରହିଛି କାରଣ ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି । 

ସେହିଭଳି କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବାରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କେନ୍ଦ୍ରୀୟ ରାଜନୀତିରେ ବିଜେଡିର କେଉଁ ଭୂମିକା ରହିବ ସେନେଇ ନବୀନ କହିଛନ୍ତି କି, ଅପେକ୍ଷା କରନ୍ତୁ ଖୁବଶୀଘ୍ର ଏହାଉପରୁ ପରଦା ଉଠିବ  ।