ବିଧାନସଭା ନିର୍ବାଚନ ୨୦୧୯: ହିଞ୍ଜିଳିର ହକଦାର ପୁଣି ହେବେ କି ବିଜେଡି ସୁପ୍ରିମୋ ? ଟ୍ରେଣ୍ଡ୍ କହୁଛି ପ୍ରତିଦ୍ୱନ୍ଦିଙ୍କ ଠାରୁ ୧୫ ହଜାର ଭୋଟରେ ଆଗରେ ଅଛନ୍ତି ନବୀନ

222

କନକ ବ୍ୟୁରୋ: ନିଜର ପାରମ୍ପାରିକ ଆସନ ହିଞ୍ଜିଳିରେ ପୁଣି ପତିଆରା ଜାହିର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ଭୋଟ୍ ପେଡ଼ିରୁ ବାହାରୁଥିବା ଫଳାଫଳ ଏବଂ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ନବୀନ ପଟ୍ଟନାୟକ ୧୫ ହଜାର ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ନବୀନଙ୍କ ଠାରୁ ବହୁ ପଛରେ ପଡ଼ିଥିବା ଭୋଟ୍ ଫଳାଫଳର ବର୍ତ୍ତମାନ ଟ୍ରେଣ୍ଡ କହୁଛି ।

ଅନ୍ୟପଟେ ଚଳିତ ଥର ବିଜେପୁର ବିଧାନସଭା ଆସନରେ ପ୍ରଥମଥର ପାଇଁ ନିର୍ବାଚନ ଲଢୁଥିବାବେଳେ ବିଜେଡି ସୁପ୍ରିମୋ ଏହି ଆସନରେ ମଧ୍ୟ ନିଜର ଦବଦବା ଜାହିର କରିବାକୁ ଯାଉଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଖାପାଖି ୬ ହଜାର ଭୋଟରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ଆଗୁଆ ରହିଛନ୍ତି । ତେବେ ଚଳିତ ଥର ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।