ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା' ଉପରେ ସମସ୍ତଙ୍କ ନଜର

Advertisment
ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା' ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: କାର୍ଯ୍ୟକାରିଣୀ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଦଳୀୟ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ବିଜେଡି ସୁପ୍ରିମୋ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ସମସ୍ତ କର୍ମକର୍ତ୍ତା ଏ ନେଇ ମତାମତ ଦେବେ । ଦଳୀୟ ଅଫିସରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କର୍ମକର୍ତା ସନ୍ଧ୍ୟା ସୁଦ୍ଧା ମତାମତ ଦେବେ । ସେହିଭଳି ମୟୁରଭଞ୍ଜର ଉତର ଓଡିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ଜିଲ୍ଲାରୁ ପ୍ରସ୍ତାବ ଦିଆଯାଇଛି ।

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିବା ପରେ ସମସ୍ତେ ଏହାକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ଏଥିରେ ୩ ଶହରୁ ଅଧିକ ସଦସ୍ୟ ଯୋଗଦେଇଛନ୍ତି । ବିଜେଡିର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ଅଛନ୍ତି । ପରିଷଦ ବୈଠକରେ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଗୁରୁମନ୍ତ୍ର ଦେବେ । ଗତକାଲି ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା । ତେଣୁ ଆଜି ନବୀନ କଣ କହିବେ ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଗତକାଲି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଥିଲା । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ବୈଠକ । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ବିଜେଡି ହେଉଛି ଲୋକଙ୍କ ଦଳ ଲୋକଙ୍କ ସେବାରେ ସମର୍ପିତ। ପ୍ରତିଦିନ ଲୋକଙ୍କ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ କାର୍ୟ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe