ଏନଡିଏ ପ୍ରାର୍ଥୀକୁ ସମର୍ଥନ କରି ଜାତୀୟ ରାଜନୀତିକୁ ଚହଲାଇ ଦେଲା ବିଜେଡି !ନେତା କହିଲେ, ଜେଡିୟୁ ପ୍ରାର୍ଥୀକୁ ଦେଇଛୁ ସମର୍ଥନ

Advertisment
ଏନଡିଏ ପ୍ରାର୍ଥୀକୁ ସମର୍ଥନ କରି ଜାତୀୟ ରାଜନୀତିକୁ ଚହଲାଇ ଦେଲା ବିଜେଡି !ନେତା କହିଲେ, ଜେଡିୟୁ ପ୍ରାର୍ଥୀକୁ ଦେଇଛୁ ସମର୍ଥନ

କନକ ବ୍ୟୁରୋ : ହରିବଂଶଙ୍କୁ ଜିତାଇବାକୁ ହେଲେ ଏନଡିଏ ପାଇଁ ଆଜି ବିଜେଡିର ସମର୍ଥନ ଏକପ୍ରକାର ଜରୁରୀ ଥିଲା । ସମର୍ଥନ ପାଇଁ ଏନଡିଏ ଶିବିରରୁ ବିଜେଡି ସୁପ୍ରିମୋଙ୍କୁ ଘନ ଘନ ଫୋନ୍ ବି ଆସିଥିଲା । ଶେଷରେ ବିଜେଡି ହଁ ଭରିଥିଲା ଏବଂ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ୨୦୧୯ରେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ଉଠିଛି ପ୍ରଶ୍ନ ।

naveenରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଆବଶ୍ୟକ ସଂଖ୍ୟା ନଥିବା ବିଜେପି ପାଇଁ ୯ଜଣ ସାଂସଦ ଥିବା ବଜେଡିର ସମର୍ଥନ ଜରୁରୀ ଥିଲା । ଯେଉଁଥିପାଇଁ ଦିଲ୍ଲୀରୁ ଆସିଥିଲା ଘନଘନ ଫୋନ୍ । ଆଉ ରାଜନୈତିକ ବିଚାରଧାରାରେ ବିଜେପି ଘୋର ବିରୋଧୀ, ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ଲାଖି ରହିଥିଲା ସମସ୍ତଙ୍କ ନଜର । ଆଶ୍ଚର୍ଯ୍ୟ ଜନକ ଭାବେ ଭୁବନେଶ୍ୱରରୁ ଯେଉଁ ବାର୍ତ୍ତା ଦିଲ୍ଲୀ ଦରବାରକୁ ଗଲା, ତାହା ମୋଦି ଆଉ ଶାହା ଯୋଡିଙ୍କୁ ଆଶ୍ୱସ୍ତ କରିଦେଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେଇଛି ବିଜେଡି ।

ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଙ୍କୁ ସମର୍ଥନ ପଛରେ ଏକ ବଳିଷ୍ଠ ଯୁକ୍ତି ବାଢିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି-
- ବିଜେଡି ଓ ଜେଡିୟୁ ମଧ୍ୟରେ ଆଦର୍ଶଗତ ସମାନତା ରହିଛି
- ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଦୁଇ ଦଳର ସୃଷ୍ଟି
- ଉପାଧ୍ୟକ୍ଷ ପଦ ପାଇଁ କଂଗ୍ରେସର ପ୍ରାର୍ଥୀ ମୈଦାନରେ ଥିଲେ
- ହରିପ୍ରସାଦ କଂଗ୍ରେସ ପ୍ରଭାରୀ ଥାଇ ବିଜେଡିକୁ ସମାଲୋଚନା କରୁଥିଲେ
- ସହମତି ଭିତ୍ତିିରେ ନିର୍ବାଚନ ହେଉ ବୋଲି ବିଜେଡି ଚାହୁଁଥିଲା
- ତେଣୁ ଶେଷଯାଏଁ ଅପେକ୍ଷା କରି, ଦଳ ଜେଡିୟୁକୁ ସମର୍ଥନ କଲା

publive-image୨୦୧୯ରେ ଯେତେବେଳେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତ ହେଉଛନ୍ତି, ଠିକ ସେତିକିବେଳେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠିବା ବି ସ୍ୱାଭାବିକ । ଏହା ପଛରେ କିଛି ରାଜନୈତିକ ଅଭିସନ୍ଧି ରହିଛି କି?ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ନେତାଏ ରଣନୀତି କରୁଛନ୍ତି । ମିଶନ ୧୨୦କୁ ନେଇ ତୃଣମୂଳ ସ୍ତରର ନେତା ଦିନରାତି ଏକ କରିଦେଇଛନ୍ତି । ହେଲେ ଜାତୀୟ ସ୍ତରରେ ଆବଶ୍ୟକ ବେଳେ ବିଜେଡିକୁ ଖୋଜା ପଡୁଛି । ଠିକ ସେମିତି ଓଡିଶାର ସ୍ୱାଭିମାନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗକୁ ବିଜେପି ବିରୋଧରେ ଅସ୍ତ୍ର କରିଛି ବିଜେଡି । ହେଲେ ଜାତୀୟ ରାଜନୀତିରେ ଏନଡିଏ ପ୍ରାର୍ଥୀଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ସମର୍ଥନ ଜଣାଉଛି । ଯାହା ଦୁଇ ଦଳର ତଳସ୍ତରର ନେତା ଓ କର୍ମୀଙ୍କ ଭିତରେ ବିରାଟ ଦ୍ୱନ୍ଦ୍ୱ ତିଆରି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe