କନକ ବ୍ୟୁରୋ: ନାଗରିକତା ସଂଶୋଧନ ବିଲକୁ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବା ପ୍ରସଙ୍ଗ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ସଂସଦରେ ବିଜେଡି ନାଗରିକତା ବିଲକୁ ସମର୍ଥନ ଦେଇ ବ୍ଲାକମେଲ୍ କରୁଛି । ଏହାର ପ୍ରତିବଦଳରେ ବିଧାନ ପରିଷଦ ହାସଲ କରିବାକୁ ଚାହୁଁଛି ବିଜେଡି ।

Advertisment

ଲୋକସଭା ଓ ରାଜ୍ୟସଭାରେ କିଛି ଭୋଟ୍ ଥିବାରୁ ବ୍ଲାକମେଲ କରୁଛି । ଓଡିଶାରେ ରାଜ୍ୟ ସରକାର ଯେଉଁ କାର୍ଯ୍ୟ କରିବା କଥା ନକରିବାରୁ ଜନଅସନ୍ତୋଷ ବଢ଼ୁଛି, ଦଳରେ ଅସନ୍ତୋଷ ବଢ଼ୁଥିବାରୁ ନେତାଙ୍କୁ ଥଇଥାନ ପାଇଁ ବିଧାନ ପରିଷଦ ଚାହୁଁଛି । ଏହାର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଶଶୀଭୁଷଣ ବେହେରା କହିଛନ୍ତି ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି ।