କନକ ବ୍ୟୁରୋ: ସୋମବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଏହାପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ବସିଛି । ଦରବୃଦ୍ଧି, ରଥଯାତ୍ରାରେ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା ଓ ବାଲେଶ୍ବର ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜୁ ଜନତା ଦଳ । ବୈଠକରେ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଆଲୋଚନା କରାଯିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଦଳର ରଣନୀତି ନେଇ ଆଲୋଚନା କରାଯାଇଛି । ବିଧାୟକଙ୍କୁ ସମ୍ୱୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି, ଜୁଲାଇରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ପାଇଁ ବିଜେପି ପ୍ରତିଶ୍ରୃତି ଦେଇଥିଲା । ଏ ସମ୍ପର୍କରେ ବି ସରକାରଙ୍କୁ ବିଜେଡି ଉତର ମାଗିବ ।