ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ,କହିଲେ ୨୦୨୪ରୁ ୨୦୩୪ ଏହି ୧୦ ବର୍ଷ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ହେବ ।

342

କନକବ୍ୟୁରୋ: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୋମବାର ରାତିରେ ଯୋଡାଶଙ୍ଖ ଭିଡିଓ ଜାରି କରିବା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ନବୀନ । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆରମ୍ଭ କରିଛନ୍ତି ପ୍ରଚାର । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବି ଆୟୋଜନ କରାଯାଇଥିଲା । ହିଂଜିଳିରେ ଆଜି ଦୁଇଟି ସଭା ଜରିଆରେ ଜନତାଙ୍କୁ ସମ୍ବୋଧନ କରିଲେ ନବୀନ ।  ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି  ଜୟଜଗନ୍ନାଥ ଜୟ ମା ତାରିଣୀ ହିଂଜିଳି ମୋ ପରିଚୟ ।  ଭାଇ ଭଉଣୀ ମାନେ ଆଜି ହିଂଜିଳି ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଁ ବହୁତ ଖୁସି । ହିଂଜିଳିରୁ ହିଁ ଆରମ୍ଭ ହେଲା ବିଜେଡିର ପ୍ରଚାର ଆପଣମାନେ ସବୁବେଳେ ମୋ ସହ ଅଛନ୍ତି ।  ହିଞ୍ଜିଳି ଆଜି ସାରଦେଶରେ ମଡେଲ ସାଜିଛି ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ରୁଣୀ । ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ମୋ ପରିବାର କଲ୍ୟାଣ ପାଇଁ ମୁଁ କାମ କରି ଆସିଛି । ଆପଣ ମାନଙ୍କ ସହଯୋଗ ପାଇଁ ଆଗୋଇ ଚାଲିଛିା ୫ଟି ଅଧୀନରେ କାମ ଆରମ୍ଭ କରିଛି । ୨୦୨୪ରୁ୨୦୩୪ ଏହି ୧୦ ବର୍ଷ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ହେବ ।

ମା ତାରା ତାରିଣୀ ପୀଠ ରୁ କାମ ଆରମ୍ଭ ହୋଇଛି । ସୁନାର ରାଜ୍ୟକୁ ବିକାଶ କଥା ଆମେ କହିଥାଉ । । ଆପଣମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଓଡିଶାର ଶିକ୍ଷା ସ୍ୱାସ୍ଥ୍ୟ ବିକାଶ ହୋଇଛି । ୭୦ ଲକ୍ଷ ମା ମାନେ ଆଜି ଆତ୍ମନିଭରଶୀଳ । ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହେଲେଣି ଚାଷୀ ମାନେ ଲୋନ ପାଇଛନ୍ତି ।ମୁଁ ବହୁତ ଖୁସି ମା ମାନେ ଆଗକୁ ଯାଇଛନ୍ତି । ମା ମାନଙ୍କୁ ଅଧିକାର ଦେବାରେ ବିଜୁ ଦନତା ଦଳ ଏକ ନମ୍ବର ରାଜ୍ୟ । ଇନଭେଷ୍ଟମେଣ୍ଟ ରେ ଓଡିଶା ଏକ ନମ୍ବର ରାଜ୍ୟ । ପିଡିଏସ୍ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଗୁଆ

ଚାଷୀ ମାନଙ୍କ ପାଇଁ ସୁବିଧା କରିବାରେ ଓଡିଶା ଆଗୁଆ ରାଜ୍ୟ । ୧୦ ବର୍ଷ ଭିତରେ ଆମେ ବହୁତ ଆଗେଇଛୁ । ୨୦୨୪ ର ସ୍ୱତନ୍ତ୍ର ରାଜ୍ୟ ହେବ ୨୦୨୬ରେ ଓଡିଶା ହେବ ଏକ ନମ୍ବର । କିନ୍ତୁ ଦୁଖର କଥା ବିରୋଧୀ ଦଳ ଗୁଡିକ ବିରୋଧ କରିଆସୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ମା ସମଲେଇ ପ୍ରକଳ୍ପ ହେଉ ସେମାନଙ୍କୁ ଦେଖାଯାଇନାହିଁ ।ବିକାଶ କୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ । ବିଜେଡିର ବିଜୟ ଧାରା ଜାରି ରହିବ । ଯୋଡି ଶଙ୍କ ମୋର ପରିଚୟ ଓଡିଶାର ପରିଚୟ ।ବିକାଶ ଜାରି ରହିବ । ସେହିପରି ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ ।