କନକ ବ୍ୟୁରୋ : ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ଆଜି  ଏଫସିଆଇ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେଡି ।  ଏଫସିଆଇ ତୁରନ୍ତ ଉଷୁନା ଚାଉଳ କିଣିବାକୁ ବିଜେଡି ଦାବି କରିବା ସହ  ଏଫସିଆଇ ଅଫିିସ ସମ୍ମୁଖରେ ଗଣଧାରଣା ଦେଇଛି । ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନ ଉଠାଇବାକୁ ନେଇ ଏଫସିଆଇ କହିବା ପରେ ବିଜେଡି ବିକ୍ଷୋଭ ପଦର୍ଶନ କରୁଛି । ବିଜେଡି ବିକ୍ଷୋଭ ପଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ବିଜେଡି । ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

Advertisment

ବିକ୍ଷୋଭରେ ରାଜ୍ୟ ସଭା ସାଂସଦ  ମୁନ୍ନା ଖାଁ, ମନ୍ତ୍ରୀ ଅଶୋକ ପଣ୍ଡା,  ଅରୁପ ପଟ୍ଟନାୟକ,  ସୁଲତା ଦେଓ, ବିଭୂତିବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।  ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିନ ଟନ ଚାଉଳ ଉଠାଇବା କଥା । ସେଥିରୁ  ୨ ଲକ୍ଷ ଟନ୍ ଅରୁଆ ଚାଉଳ, ୫ ଲକ୍ଷ ଟନ୍ ଭିଟାବିନ୍ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଳକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଆଇ କିଣିବାକୁ ମନା କରିଛି ।