ମହିଳାଙ୍କୁ ‘ଏସପିଓ’ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କମିସନରଙ୍କୁ କଲେ ମେସେଜ, କହିଲେ ସମାନତାର କଥା କୁହାଯାଉଥିବା ବେଳେ କାହିଁକି ଯୁବତୀଙ୍କୁ ଦିଆଗଲା ନିଯୁକ୍ତି

835

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ନେଇ କେବଳ ମହିଳାଙ୍କୁ ଏସପିଓ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ ଏନେଇ କମିସନରଙ୍କୁ ମେସେଜ କରିଛନ୍ତି । ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ବିଜେଡି ମୁଖପାତ୍ର  ପ୍ରଶ୍ନ କରିଛନ୍ତି ।

ଗତକାଲି କମିସନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଥିଲା । ଟ୍ୱିନି ସିଟିରେ ମହିଳାଙ୍କୁ ସୁରକ୍ଷା ପାଇଁ  ୨୪୬ ଜଣ ଝିଅଙ୍କୁ ସ୍ୱତନ୍ତ୍ର ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଥିଲା । ଏପରିକି ଆବଶ୍ୟକ ପଡ଼ିଲେ ସେମାନେ ଜଣକୁ ଗିରଫ ମଧ୍ୟ କରିପାରିବେ । ସାମିୟକ ଭାବେ ୩ ମାସ ପାଇଁ ଏହି  ନିଯୁକ୍ତି ଦିଆଯାଇଛି ।

ସେହିପରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଏକ ରୋଚକ ମନ୍ତବ୍ୟ ଦେଇଥିଲେ । ସବୁବେଳେ ସ୍ତ୍ରୀ ହିଁ ରୋଷେଇ କରିବ ବୋଲି ସେମିତି କିଛି ନାହିଁ । ବରଂ ସ୍ୱାମୀମାନେ ମଧ୍ୟ ରେଷେଇ ଶିଖିବା ଦରକାର ବୋଲି କହିଥିଲେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗ । ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ୱାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର । ଯେଉଁ ପୁରୁଷମାନେ ରୋଷେଇ ନ ଶିଖିଥିବେ ସେମାନଙ୍କୁ ବିବାହ କରିବା କଥା ନୁହେଁ ବୋଲି କହିଥିଲେ ପୋଲିସ କମିଶନର । ଯାହାକୁ ନେଇ ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି ।