ବୈଜୟନ୍ତଙ୍କୁ ବିଜେଡିର କଟାକ୍ଷ । କହିଲେ, ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ, ଏବେ ବିଧିବଦ୍ଧଭାବେ ଉପାଧି ମିଳିଲା ।
କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ ତେଜିଲା ରାଜନୀତି । ବିଜେପିରେ ବୈଜୟନ୍ତଙ୍କୁ ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ର ଦାୟିତ୍ୱ ମିଳିବା ପରେ ବିଜେଡିର କଟାକ୍ଷ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ବୈଜୟନ୍ତ ବାବୁ ବିଜେପି ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ଏବେ ଖାଲି ବିଦ୍ଧିବଧଭାବେ ଘୋଷଣା କରାଯାଇଛି । ତେଣୁ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କଟାକ୍ଷ କରିଛନ୍ତି ସସ୍ମିତ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ବୈଜୟନ୍ତ ବାରମ୍ବାର କହୁଛନ୍ତି ଯେ ସେ ବିଜେଡିକୁ ଛାଡ଼ିଥିଲେ କିନ୍ତୁ ପ୍ରକୃତରେ ଦଳ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା । ବିଶେଷ କରି ସେ ଏକ ଖଣି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି ବୈଜୟନ୍ତ । ଯେଉଁଥି ପାଇଁ ସେ ୬ କୋଟି ଟଙ୍କା ଦରମା ମଧ୍ୟ ପାଉଛନ୍ତି ବୋଲି ଓଡ଼ିଶାବାସୀଙ୍କୁ ଲୁଚାଇ ରଖିଥିବା ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ଏଭଳି ଦଳ ବିରୋଧୀ କାର୍ଯ୍ୟ ଦର୍ଶାଉଛି ଯେ ବିଜେଡି ଦଳ ପ୍ରତି ତାଙ୍କର ଆଭିମୁଖ୍ୟ କ’ଣ ରହିଥିଲା । ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ ଆଜି ବିଧିବଦ୍ଧଭାବେ ତାଙ୍କୁ ଉପାଧି ମଧ୍ୟ ମିଳିଗଲା ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।