କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଆସିବ ୧୯ ମହାଯୁଦ୍ଧର ଫଳାଫଳ । କିଏ କେଉଁଠି ନିଜର ପତିଆରା ବିସ୍ତାର କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଆଉ କେନ୍ଦ୍ରରେ କିଏ କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ପଦରେ ବସିବ ତାହାର ଚିତ୍ର ସାମ୍ନାକୁ ଆସିବ । ହେଲେ ଗଣତନ୍ତ୍ର ମହାପରୀକ୍ଷାର ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଫିଟ୍ ଆଉ କିଏ ଅନଫିଟ୍ ତାକୁ ନେଇ ରାଜ୍ୟରୁ ଆରମ୍ଭ କରି କେନ୍ଦ୍ରୀୟ ରାଜନୀତି ପର୍ଯ୍ୟନ୍ତ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଆଉ ଏତିକି ବେଳେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରକୃତରେ କିଏ ଫିଟ୍ ବୋଲି ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛାଡ଼ିଥିବା ଗୁଗୁଲୀ ରାଜନୈତିକ ମହଲକୁ ଉଷ୍ମ କରିଛି ।

Advertisment

publive-imageମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କି, ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବ୍ୟକ୍ତି । ସୂର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି କି, ଭାରତ ବର୍ଷର ଲୋକ ଚାହୁଁଛନ୍ତି ନବୀନ ବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ । କାରଣ ଦୀର୍ଘ ୨୦ ବର୍ଷ ଧରି ଓଡ଼ିଶାର ବିକାଶ ପଥକୁ ଯେଉଁଭଳି ଅଗ୍ରଗତି କରିବା, କୃଷକଙ୍କ ଠାରୁ ଆରମ୍ଭ କରି ମହିଳା ମାନଙ୍କ କ୍ଷେତ୍ରରେ ବିଭିନ୍ନ ଯୂଗାନ୍ତକାରୀ ପଦକ୍ଷେପ ତାଙ୍କର ପ୍ରଧାନମନ୍ତ୍ରୀ ହେବାକୁ ସଠିକ୍ ମାପଦଣ୍ଡ ବୋଲି କହିଛନ୍ତି ସୂର୍ଯ୍ୟ । ଆଉ ସବୁଠାରୁ ବଡ଼ କଥା ହେଲା କି, ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ମିଳିବା ଏବଂ ତାଙ୍କୁ ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନରେ ଅଳଙ୍କୃତ କରାଯିବା ଦର୍ଶାଉଛି ଯେ, ସେ ହିଁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ବ୍ୟକ୍ତି । ହେଲେ କଂଗ୍ରେସ ସମର୍ଥନ ହେବ ଅନୂଚିତ । କାରଣ କଂଗ୍ରେସ ପ୍ରଥମେ ଘୋଷଣା କରି ପଛରୁ ଗୋଡ ଟାଣିବ ।

publive-imageଅନ୍ୟପଟେ ୨୩ର ଫଳାଫଳ ପରେ ବିଜେଡି କେନ୍ଦ୍ରରେ କାହାକୁ ସମର୍ଥନ ଜଣାଇବ ବୋଲି ପ୍ରଶ୍ନରେ ସୂର୍ଯ୍ୟ କହିଛନ୍ତି କି, ବର୍ତମାନ ଉଭୟ ବିଜେପି ଓ କଂଗ୍ରେ ଠାରୁ ସମଦୂରତା ଆଉ ନାହିଁ କାରଣ ଓଡିଶାର ସ୍ୱାର୍ଥ ହେଉଛି ବିଜେଡିର ପ୍ରାଥମିକତା । ତେଣୁ ଓଡ଼ିଶାର ସ୍ୱାର୍ଥ ବିଷୟରେ ଯିଏ ପ୍ରାଧାନ୍ୟ ଦେବ ଏବଂ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ବିଜେଡି ସେଇ ଦଳକୁ କେନ୍ଦ୍ରରେ ସମର୍ଥନ ଜଣାଇବ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର ।