ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । ସଂସଦରେ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

Advertisment
ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା ।

କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ବୈଠକରେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଆହୁରି କହିଛନ୍ତି, ଦେଶର ଏକମାତ୍ର ଦଳ ଭାବେ ବିଜେଡି ଲୋକସଭା ପାଇଁ ଏକତୃତୀୟାଂଶ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe