ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭକୁ ନେଇ ପୁଣି ଚର୍ଚ୍ଚା ! ଉଲ୍ଲେଖ କଲେ ଆଗାମୀ ଦିନରେ ରାଜ୍ୟରେ ମେଂଟ ସମ୍ଭାବନାକୁ ଏଡ଼ାଇ ଦେଇ ହେବନି

40

କନକ ବ୍ୟୁରୋ: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭକୁ ନେଇ ପୁଣି ଚର୍ଚ୍ଚା । ନିଜ ଦୈନିକ ଖବର କାଗଜରେ ଲେଖିଥିବା ଲୋକେ, ବୁଝିଲେ ହେଲା ଶୀର୍ଷର ସ୍ତମ୍ଭରେ ଭର୍ତ୍ତୃହରି ଲେଖିଛନ୍ତି, ଆଗାମୀ ଦିନରେ ରାଜ୍ୟରେ ମେଂଟ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ରାଜନୀତିରେ ବିବାଦ, ବିରୋଧ, ପ୍ରତିକ୍ରିୟା ସତ୍ୱେ ମଧ୍ୟ ଶାସନ କରିବା ପାଇଁ ଦୁଇ ପ୍ରତିଦ୍ୱନ୍ଦୀ ଦଳ ହାତ ମିଶାଇବା କିଛି ନୂଆ କଥା ନୁହେଁ ବୋଲି ନିଜ ସ୍ତମ୍ଭରେ ଲେଖିଛନ୍ତି ଭର୍ତ୍ତୃହରି ।

ସ୍ତମ୍ଭରେ ସେ ଜାତୀୟ ରାଜନୀତିର କିଛି ଉଦାହରଣ ଦେଇ ଶିବସେନା-ବିଜେପି ଓ ଲାଲୁ-ନୀତୀଶଙ୍କ କଥା କହିଛନ୍ତି । ବିହାରରେ ୨୦ ବର୍ଷର ତିକ୍ତ ରାଜନୈତିକ ସଂପର୍କ ଥିବାବେଳେ ବିଜେପିକୁ ହରାଇ ସରକାର ଗଠନ ପାଇଁ ଲାଲୁ-ନୀତୀଶ ବିହାରରେ ମେଂଟ ଶାସନ କରୁଛନ୍ତି । ତେବେ ଲାଲୁଙ୍କ ପରିବାର ଦୁର୍ନୀତିରେ ଥିବା ନେଇ ଅଭିଯୋଗ ପରେ ପୁଣି ନୀତୀଶ କୁମାର ବିଜେପି ଆଡ଼କୁ ଢଳୁଥିବା ଦେଖାଦେଲାଣି । ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସମର୍ଥିତ ମୀରା କୁମାରଙ୍କୁ ଲାଲୁ ସମର୍ଥନ କରିଥିବା ବେଳେ ବିଜେପି ପ୍ରାର୍ଥୀ ରାମନାଥଙ୍କୁ ନୀତୀଶ ସମର୍ଥନ କରିବା ପୁଣି ରାଜନୀତିରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ଲାଲୁଙ୍କ ଚାପକୁ ପ୍ରତିହତ କରିବା ପାଇଁ ଆଗାମୀ ଦିନରେ ହୁଏତ ସେ ବିଜେପି ସହ ମେଂଟ କରିପାରନ୍ତି । ଜାତୀୟ ରାଜନୀତିରେ ଏଭଳି ପରିବର୍ତ୍ତନର କିଛି ଆଭାସ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶା ରାଜନୀତିରେ ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ବେଶ କିଛି କୋ÷ତୁହଳ ଘଟଣାମାନ ଦୃଷ୍ଟିକୁ ଆସୁଛିି । ଏହା ବୁଝିବା ଲୋକ ବୁଝିବେ ବୋଲି ଭର୍ତ୍ତୃହରି ଲେଖିଛନ୍ତି । ଏଠାରେ ବଡ ପ୍ରଶ୍ନ ଉଠୁଛି, ନବୀନଙ୍କ ଆଡକୁ ଇସାରା କରୁଛି କି ଭର୍ତ୍ତୃହରିଙ୍କ ସ୍ତମ୍ଭ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –