ବିଜେଡି କପି ପେଷ୍ଟ ସରକାର ଚଳାଇଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର, ଲେଖାଶ୍ରୀ କହିଲେ ବିଜେପି ଏମିତି ହେବାକୁ ଦେବନି ।

123

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଷ୍ଟିକର ଲଗାଇ ଶ୍ରେୟ ନେଉଥିବା ଅଭିଯୋଗ ଆଣିଛି ବିଜେପି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପରଘର ତିଅଣରେ ଅତିଥି ଚର୍ଚ୍ଚାକୁ ଆଉ ଓଡ଼ିଶା ଲୋକ ଗ୍ରହଣ କରିବେନି । କପିପେଷ୍ଟ ସରକାର ସାଜିଛି ବିଜେଡି । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା, ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି ବିଜେଡି । ଆଗରୁ କଂଗ୍ରେସ ଓ ବିଜେଡି ଉଭୟ ଏ ଆଉ ବି ଟିମ୍ ଭାବେ କାମ କରୁଥିଲେ, ଏ ପ୍ରସଙ୍ଗକୁ ଉଠାଉ ନଥିଲେ ।  ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି ।

ମାଗଣା ଚାଉଳ ମୋଦି ଦେଉଛନ୍ତି ହେଲେ ରାଜ୍ୟ ସରକାର ହାତଗଣତି କିଛି ଲୋକଙ୍କୁ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ମୋଦି, ମାତ୍ର ୫ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛି ବିଜେଡି ସରକାର ।  ହେଲେ ସବୁ ହିତାଧିକାରୀଙ୍କୁ ଶଙ୍ଖ, ସରକାରଙ୍କ ଲଗୋ, ଫାଇଭ ଟି ଚିହ୍ନ ଲଗାଇ ବ୍ୟାଗ ବାଣ୍ଟୁଛି ବିଜେଡି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ, ସବୁ ଘରକୁ ପହଞ୍ଚିବ ବିଜେପି ।  ୨ ନମ୍ବରି ରାଜନୀତି ଆଉ ଚୋରି ରାଜନୀତିରୁ ବାଦ୍ ରହିବାକୁ ଲେଖାଶ୍ରୀ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।