ପୁଣି ଜୋର ଧରିଲା ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଦାବି । ବିଜେଡି ସାଂସଦ ମୁନ୍ନା ଖା: ଓ ସସ୍ମିତ ପାତ୍ର କଲେ ଦାବି । କହିଲେ କରାଯାଉ ଆଇନରେ ସଂଶୋଧନ

ପୁଣି ଜୋର ଧରିଲା ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଦାବି । ବିଜେଡି ସାଂସଦ ମୁନ୍ନା ଖା: ଓ ସସ୍ମିତ ପାତ୍ର କଲେ ଦାବି । କହିଲେ କରାଯାଉ ଆଇନରେ ସଂଶୋଧନ

କନକ ବ୍ୟୁରୋ : ରାଜ୍ୟସଭାରେ ପୁଣି ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ ଓ ସସ୍ମିତ ପାତ୍ର। ଆଇନରେ ସଂଶୋଧନ କରି ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ । ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମନା କରୁଥିବାରୁ ରାଜ୍ୟର ମେରୁଦଣ୍ଡ ଭାଂଗିପଡୁଛି। ରାଜ୍ୟରେ ୪୮୦ କିଲୋମିଟର କୋଷ୍ଚଲାଇନ ସହ ପର୍ୟ୍ୟଟନର ବିପୁଳ ସୁଯୋଗ ରହିଛି। ରାଜ୍ୟରେ ୨୨ ପ୍ରତିଶତ ଆଦିବାସୀ ରହୁଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟାପାଇଁ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜ୍ୟର ସାସଂଦ ମାନେ ବାରମ୍ବାର ଦାବୀ ଉଠାଇଛନ୍ତି। ଆଜି ପୁଣି ଥରେ ଏହି ପ୍ରସଙ୍ଗ ଉଠାଉଛନ୍ତି ବିଜେଡ଼ି ସାଂସଦ। କେବଳ ଓଡିଶା ନୁହେଁ ବିହାର ଓ ଆନ୍ଧ୍ରପ୍ରଦେଶର ସାଂସଦମାନେ ମଧ୍ୟ ସମାନ ଦାବି କରିଛନ୍ତି । ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ବିହାର ଓ ଆନ୍ଧ୍ରପ୍ରଦେଶର ସାଂସଦମାନେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe