ରେଙ୍ଗାଲୀରୁ ସମ୍ବଲପୁର ନବୀନଙ୍କ ରୋଡ୍ ସୋ’ । ସମଲେଶ୍ୱରୀ ମନ୍ଦିରରେ କଲେ ଆରାଧନା, ବିଶାଳ ରାଲିରେ ବିଜେଡି ପାଇଁ ମାଗିଲେ ଭୋଟ୍ ।

୫ମ ଥର ପାଇଁ ସରକାର ଗଢିପାରନ୍ତି ନବୀନ । ସଂକେତ ଦେଲା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟ, ୮୫ରୁ ୯୫ ଆସନ ପାଇପାରେ ବିଜେଡି ।

କନକ ବ୍ୟୁରୋ : ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ସୋ’ । ରେଙ୍ଗାଲିରୁ ବାହାରିଥିବା ଏହି ରୋଡ୍ ସୋ ସମ୍ବଲପୁରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ସହରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସମଲେଶ୍ୱରୀ ମନ୍ଦିରରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି ।

publive-imageଏହା ପୂର୍ବରୁ ରେଙ୍ଗାଲିରୁ ସମ୍ବଲପୁର ଯାଏଁ ଏକ ବିଶାଳ ରୋଡ୍ ସୋ’ କରି ଜନତାଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରୋଡ୍ ସୋ ସମୟରେ ବିଭିନ୍ନ ଛକ ଏବଂ ଗାଁରେ ଅଟକି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଶାଳ ରାଲିରେ ସ୍ୱତଃପ୍ରବୃତ ଭାବରେ ଲୋକମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଆସନ୍ତାକାଲି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ଆଜି ମେଗା ରୋଡ ସୋ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe