ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ । ସୁଶାନ୍ତ ଉଠାଇଲେ ପ୍ରଶ୍ନ, କହିଲେ ‘ପରାଜୟ ଭୟରେ ବିଜେପି କରାଉଛି ରେଡ’ ।

ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ । ସୁଶାନ୍ତ ଉଠାଇଲେ ପ୍ରଶ୍ନ, କହିଲେ ‘ପରାଜୟ ଭୟରେ ବିଜେପି କରାଉଛି ରେଡ’ ।

କନକ ବ୍ୟୁରୋ : ପଦ୍ମପୁରରେ କେନ୍ଦ୍ରୀୟ ଟିମର ରେଡ୍ । ଏକକାଳୀନ ୩ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ସଶସ୍ତ୍ର ସିଆରପିଏଫ ଯବାନଙ୍କ ଉପସ୍ଥିତିରେ ଚାଲିଛି ରେଡ୍ । ନିର୍ବାଚନ ସମୟରେ ଏହି ରେଡ୍ ହେଉଥିବାରୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେଡି । ପଦ୍ମପୁରରେ ପରାଜିତ ହେବା ଭୟରେ ବିଜେପି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । ବିଜେଡି ଅନୁଗତ ଓ ସମର୍ଥକଙ୍କ ଘରେ ଆଇଡି ରେଡ କରି ଭୟଭୀତ କରିବାକୁ ବିଜେପି ଏମିତି କରୁଥିବା କଥା କହିଛନ୍ତି ସୁଶାନ୍ତ । ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ସେଥିପାଇଁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ।

ପଦ୍ମପୁରରେ କେନ୍ଦ୍ରୀୟ ସଂସ୍ଥାକୁ ଧରି ଭୟର ବାତାବରଣ ସୃଷ୍ଟି କରିବାକୁ ବିଜେପି ଚାହୁଁଛି । କିନ୍ତୁ ପଦ୍ମପୁରବାସୀ ଏହାକୁ ନେଇ କେବେ ଭୟଭୀତ ହେବେ ନାହିଁ । ତେବେ ଏହି ରେଡକୁ ନେଇ ଏବେ ବିଜେଡି ପ୍ରଶ୍ନ ଉଠାଇଛି,
ଭୋଟ ହେବାର ୭ ଦିନ ପୂର୍ବରୁ କାହିଁକି ରେଡ୍ ହେଲା?
ଉପ-ନିର୍ବାଚନ ପୂର୍ବରୁ କାହିଁକି ତତ୍ପର ହେଲା କେନ୍ଦ୍ରୀୟ ସଂସ୍ଥା?
ଏଭଳି କରି ପଦ୍ମପୁରବାସୀଙ୍କୁ ଭୟଭୀତ କରିବାକୁ ଚାହୁଁଛି ବିଜେପି?
ପରାଜୟ ଭୟରେ ବିଜେପି କରାଉଛି ରେଡ୍
ବିଜେପି ନିଜକୁ ଦୁର୍ବଳ ମନେ କରୁଛି, ସେଥିପାଇଁ ଏହି ରେଡ୍
ରେଡ ପୂର୍ବରୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଭଳି ଜାଣିଲା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe