କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟାର୍ଗେଟର ଜବାବ ରଖିଲା ବିଜେଡି। ପ୍ରସନ୍ନ ଆଚାର୍ଯ୍ୟ କହିଲେ, ମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ, ଅସତ୍ୟ।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟାର୍ଗେଟର ଜବାବ ରଖିଲା ବିଜେଡି। ପ୍ରସନ୍ନ ଆଚାର୍ଯ୍ୟ କହିଲେ, ମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ, ଅସତ୍ୟ।

କନକ ବ୍ୟୁରୋ: ଫସଲ ବୀମାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟାର୍ଗେଟ ପରେ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଓଡିଶା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ଅଛି, ଜାଣିଶୁଣି ପ୍ରବଞ୍ଚନାପୂର୍ଣ୍ଣ କଥା କୁହାଯାଉଛି । କ୍ଷତିପୂରଣ ପଇସା ବୀମା କମ୍ପାନୀ ଦିଏ, ରାଜ୍ୟ ସରକାର ଦିଅନ୍ତି ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ ତଥା ଅସତ୍ୟ ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କହୁଛନ୍ତି ଯେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଚାଷୀଙ୍କୁ ଫସଲ ବୀମାର ଅର୍ଥ ପ୍ରଦାନ କରାଯାଉ । ବୀମା ବାବଦର ସମସ୍ତ ଟଙ୍କା ରାଜ୍ୟ ପାଖରେ ଜମା କରିଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଏ ଟଙ୍କା ଚାଷୀଙ୍କୁ ମିଳିପାରିନାହିଁ । ଏକଥା ଅତ୍ୟନ୍ତ ହାସ୍ୟାସ୍ପଦ । କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ବିଧି,ବ୍ୟବସ୍ଥା, ପ୍ରଣାଳୀ ସେମାନେ ସବୁକଥା ଜାଣିଛନ୍ତି କିନ୍ତୁ ଜାଣିଶୁଣି ପ୍ରବଞ୍ଚନା ପୂର୍ଣ୍ଣ କଥା କୁହାଯାଏ ତେବେ ଏହା ସଙ୍ଘୀୟ ବ୍ୟବସ୍ଥା ପ୍ରତିକୁଠାରଘାତ ।

ମୁଁ ଅନେକ ସମୟରେ ବିଭିନ୍ନ ଦାୟିତ୍ୱରେ ରହିଛି ମୁଁ ଜାଣିନାହିଁ ଯେ ଯେଉଁଠି ଇନସ୍ୟୁରାନ୍ସ ହୁଏ ସେଠି ଫସଲର କ୍ଷତିପୂରଣ ସରକାର ଦିଅନ୍ତି ବୋଲି । ପ୍ରିମିୟମ ପଇସା ଉପଭୋକ୍ତା ବହନ କରିଥାଏ, ପ୍ରିମିୟମର କିଛି ଅଂଶ ଚାଷୀମାନେ ଆଉ କିଛି ଅଂଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହନ କରିଥାନ୍ତି । ଚାଷୀର ଫସଲ କ୍ଷତି ହେଲେ ସେ କ୍ଷତିର ପଇସା ଇନସ୍ୟୁରାନ୍ସ କମ୍ପାନୀ ବହନ କରିଥାଏ । ଏହି ଟଙ୍କା ନା ରାଜ୍ୟ ସରକାର ଦିଅନ୍ତି ନା କେନ୍ଦ୍ର ସରକାର ଦିଅନ୍ତି । ମନ୍ତ୍ରୀଙ୍କ ଖୋଲାସଭାରେ ଏହିଭଳି ବୟାନ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କେନ୍ଦ୍ର କୃଷିମନ୍ତ୍ରୀ ଏହିଭଳି କଥା କହୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର କେବେ ପ୍ରିମିୟମ ଦେଲେ ସେ ଜାଣିଥିବେ । ରାଜ୍ୟ ସରକାର ଇନସ୍ୟୁରାନ୍ସ ବାବଦର ୬୨୩ କୋଟି ଟଙ୍କା ଯଥେଷ୍ଟ ପୂର୍ବରୁ ଜମା କରିସାରିଛନ୍ତି । ସେହିଭଳି କେଉଁ କେଉଁ କମ୍ପାନୀ ଫସଲର ବୀମା କରିବେ ତାର ସମ୍ପୂର୍ଣ୍ଣ ତାଲିକା କେନ୍ଦ୍ର ସରକାର ଦେଇଥାନ୍ତି । ରାଜ୍ୟପାଖକୁ ତାର ପୂରା ତାଲିକା ଜିଲ୍ଲାୱାରୀ ଆସିଥାଏ । ବୀମା କମ୍ପାନୀ ଫସଲ କ୍ଷତିର ରିପୋର୍ଟକୁ ଅଗ୍ରାହ୍ୟ କଲେ ଏବେ ରାଜ୍ୟସ୍ତରୀୟ ଟେକନିକାଲ ଲେଭଲ ଆଡଭାଇଜରୀ କମିଟିରେ ଆବେଦନ କରିଥିଲେ । କମିଟି ମଧ୍ୟ ଚାଷୀଙ୍କ ସପକ୍ଷରେ ରାୟ ଦେଲେ କିନ୍ତୁ ଶସ୍ୟବୀମା କମ୍ପାନୀ କମିଟିର କଥାରେ ସହମତି ପ୍ରକାଶ କଲେ ନାହିଁ । ପରେ ସେମାନେ କେନ୍ଦ୍ରୀୟ ଟେକନିକାଲ ଆଡଭାଇଜରୀ କମିଟିରେ ମଧ୍ୟ ଆବେଦନ କଲେ । ଦୁଇ ମାସ ହେବ କେନ୍ଦ୍ରୀୟ କମିଟି ଚାଷୀଙ୍କ କଥାକୁ ଶୁଣିଲେ ନାହିଁ, ଯାହା ଫଳରେ ଚାଷୀଙ୍କୁ ବୀମା ଟଙ୍କା ମିଳିପାରିନାହିଁ । ନିର୍ବାଚନକୁ ଆଖିରେ ରଖି ଏଭଳି ପ୍ରତିକ୍ରିୟା ଦେବା ଠିକ୍ ନୁହେଁ । ପୂର୍ବରୁ କେନ୍ଦ୍ର କହୁଥିବା ଏହା କେନ୍ଦ୍ରର ଦାୟିତ୍ୱ ନୁହେଁ ତେବେ ବର୍ତ୍ତମାନ କାହିଁକି କେନ୍ଦ୍ର ଏଥିରେ ହସ୍ତକ୍ଷେପ କଲା । ତେଣୁ ଏ ଦାୟିତ୍ୱ କେନ୍ଦ୍ରସରକାରଙ୍କ ଦାୟିତ୍ୱ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe