କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ନେଇ ଜବାବ ରଖିଛି ଦଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ପ୍ରଥମ ରାଜ୍ୟ ଭାବେ ଓଡିଶା ଠିକ୍ କର୍ମଚାରୀଙ୍କୁ ସ୍ଥାୟୀ କରିଛି । ତେବେ କେନ୍ଦ୍ର କାହିଁକି ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଲ କାମ କଲେ କାହିଁକି ଆପଣ ଗ୍ରହଣ କରିପାରୁନାହାନ୍ତି ବୋଲି ସସ୍ମିତ ପଚାରିଛନ୍ତି । ଏହା ଛଡା କାହିଁକି ପଦମପୁରରେ ଚାଷୀଙ୍କୁ ଫସଲ ବୀମ ରେ ବିଳମ୍ବ ହେଲା ତାର ଉତ୍ତର ରଖାଯାଉ ବୋଲି ଦାବି ହୋଇଛି । ସସ୍ମିତ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଚାପ ପରେ ଫସଲ ବୀମା ମିଳିଲା ।
ସେହିଭଳି ପଦମପୁର ରେଳଲାଇନ ବିଷୟରେ କାହିଁକି ମୁହଁ ଖୋଲିଲେନାହିଁ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିବା ବ୍ୟତୀତ ଆପଣ କିଛି କଲେନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/vlcsnap-2022-12-03-17h35m25s098.png)