ବିଜେଡି ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା । ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ ।

Advertisment
ବିଜେଡି ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା । ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ ।

କନକ ବ୍ୟୁରୋ: ୨୦୨୪ ପାଇଁ ବିଜେଡି ଘୋଷଣା କରିଛି ଘୋଷଣା ପତ୍ର । ନିର୍ବାଚନୀ ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି ବିଜେଡି । ଆସନ୍ତା ୫ ବର୍ଷରେ ସବୁ ଏସଏଚଜିଙ୍କୁ ଏସଏମଇ କରାଯିବାକୁ ବିଜେଡି ପ୍ରତିଶ୍ରୁତି ଦେଇଛି । ଏଥିସହ ଆଗାମୀ ୧୦ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର କୋଟିର ସରକାରୀ ବ୍ୟବସାୟ ଦିଆଯିବ ବୋଲି ନବୀନ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛନ୍ତି ।

publive-image

ଏଥିସହ ସବୁଠାରୁ ବଡ କଥା ହେଉଛି । ଏଣିକି ବିନା ସୁଧରେ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ । ଆଗରୁ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ଦିଆଯାଉଥିବା ବେଳେ ଇସ୍ତାହାରରେ ୧୫ ଲକ୍ଷକୁ ବଢାଇଛି ବିଜେଡି । ଆଉ ୨୦୨୪ ଇସ୍ତାହାରରେ ମିଶନ ଶକ୍ତି ମାଆମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବାର ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe