ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ।

37

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ରଣନୀତି । ବିଭିନ୍ନ ଜିଲ୍ଲାର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ ନିଯୁକ୍ତ ହେଲେ ଦଳର ବରିଷ୍ଠ ନେତା । ଏହିପରିପ୍ରେକ୍ଷୀରେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ । ସେହିଭଳି ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଏବଂ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ।

source: google.co.in

ସେହିଭଳି ବିଜୟ ନାୟକଙ୍କୁ ଢ଼େଙ୍କାନାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ । ନୃସିଂହ ସାହୁଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ଏହାସହ ପ୍ରଫୁଲ୍ଲ ମଲ୍ଲିକ ଢ଼େଙ୍କାନାଳ ଜିଲ୍ଲା ସଭାପତି ଭାବେ କାର୍ଯ୍ୟଭାର ତୁଲାଇବେ । ଅନ୍ୟପଟେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇବେ । ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ।

minister ashok pandaତେବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଏଭଳି ଜିଲ୍ଲା ମାନଙ୍କର ଗୁରୁ ଦାୟିତ୍ୱ ଦେଇଛନ୍ତି । ୨୦୧୯ ର୍ନିବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ମଧ୍ୟରେ ହଟଚମଟ ସୃଷ୍ଟି ହେଉଛି । କେତେବେଳେ ବିଜେପି ବୁଥ୍ କୁ ମଜଭୁତ କରିବା ପାଇଁ ଉଦ୍ୟମ କରୁଛି ତ କେଉଁଠି କଂଗ୍ରେସ ତୃଣମୂଳ ସ୍ତରରେ ଘର ସଜାଡିବାକୁ ପ୍ରୟାସ କରୁଛି । ଅନ୍ୟପଟେ ବିଜେଡି ଠିକଣା ସମୟରେ ମାନସମଥଂନ କରୁଥିବା ଦେଖିବାକୁ ମିଳିଛି ।