ଦୋଷୀ ଯିଏ ହୋଇଥାଉ ତାକୁ ଦଣ୍ଡ ମିଳିବ : ବିଜେଡି

294

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମର୍ଡର ମାମଲାରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି କହିଛି, ମମିତା ମେହେରଙ୍କ ମୃତ୍ୟୁ ପାଇଁ ଆମେ ସମସ୍ତେ ଦୁଃଖିତ । ଦୋଷି ଯିଏ ବି ହୋଇଥାଉ ତାକୁ କଠୋରରୁ କଠୋର ଦଣ୍ଡ ମିଳିବ ।

ସେପଟେ, ମମିତା ମୃତ୍ୟୁ ମାମଲାରେ ବିଜେପି ଯେଉଁ ବିରୋଧର ସ୍ୱର ଉଠାଇଛି ତାକୁ ନେଇ ଚିହିଁକି ଉଠିଛି ବିଜେଡି । ବିଜେଡି କହିଛି, ବିଜେପି କଲେଜକୁ ନେଇ ଟାର୍ଗେଟ କରିବା ଠିକ୍ ନୁହେଁ । ବିଜେପି ଯେଉଁ ରାଜନୀତି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ହାସ୍ୟାସ୍ପଦ । ହୋହାଲ୍ଲା କରିବା ଅପେକ୍ଷା ପ୍ରମାଣ ଆଣନ୍ତୁ ଓ ଗିରଫ କରନ୍ତୁ । ନ୍ୟାୟାଳୟ ଉପରେ ଆମର ଭରସା ଅଛି, ଦୋଷୀ କଠୋର ଦଣ୍ଡ ପାଇବ ।