କନକ ବ୍ୟୁରୋ : ବିଷ୍ଣୁ ଦାସଙ୍କ ସ୍ଥାନରେ କିଏ ଯିବ ରାଜ୍ୟସଭା । ତାକୁ ନେଇ ଏବେବି ଦ୍ୱନ୍ଦ୍ୱ । ନବୀନ ତାଙ୍କ ଭଉଣୀ ଗୀତା ମେହେଟାଙ୍କୁ ରାଜ୍ୟସଭା ପଠାଇପାରନ୍ତି ବୋଲି ଚର୍ଚା ହେଉଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ପାଟଶାଣୀ । କହିଛନ୍ତି, ରାଜନୀତି ପ୍ରତି ଗୀତାଙ୍କ ମୋହ ନାହିଁ । ତାଙ୍କୁ ଡାକିଲେ ବି ସେ ଆସିବେନି । ଆଉ ଯଦି ସେ ଆସନ୍ତି, ତେବେ ଦଳ ଆନନ୍ଦିତ ହେବ ଏବଂ ବିଜୁବାବୁଙ୍କ ଝିଅ ହୋଇଥିବାରୁ ତାଂକୁ ସମସ୍ତେ ଭଲ ପାଇବେ ।
କିଏ ଯିବ ରାଜ୍ୟସଭା : ଗୀତା ମେହେଟାଙ୍କ ନାଁକୁ ଖଣ୍ଡନ କଲା ବିଜେଡି
/kanak/media/post_attachments/wp-content/uploads/2017/03/vlcsnap-2017-03-30-09h17m29s281.png)